ରେଳ ଷ୍ଟେସନ ହେବ ଲିଙ୍ଗରାଜ ପାସେଞ୍ଜର ହଲ୍ଟ

ଭୁବନେଶ୍ୱର: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସାକ୍ଷାତ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଏହି ସାକ୍ଷାତକାର ପରେ ଭୁବନେଶ୍ୱର ୨ଟି ଉନ୍ନତିମୂଳକ କାର୍ଯ୍ୟ ହେବା ନେଇ ସୂଚନା ଦେଇଛନ୍ତି ସାଂସଦ ।

ଭୁବନେଶ୍ୱର ଏକାମ୍ର ପାସେଞ୍ଜର ହଲଟ ରେଳ ଷ୍ଟେସନରେ ପରିଣତ ହେବ ଏବଂ ଭୁବନେଶ୍ୱର ରେଳ ଷ୍ଟେସନରେ ମଧ୍ୟ ଉନ୍ନତୀକରଣ କରାଯିବା ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଏନେଇ କେନ୍ଦ୍ର ରେଳମନ୍ତ୍ରୀଙ୍କ ଠାରେ ଦାବି କରିଥିଲେ ସାଂସଦ ଅପରାଜିତା । ରେଳ ମନ୍ତ୍ରୀ ତାଙ୍କ ଦାବି ଗ୍ରହଣ କରିଥିବାରୁ କୃତଜ୍ଞତା ଜଣାଇଛନ୍ତି ସାଂସଦ ।

nis-ad
Leave A Reply

Your email address will not be published.