ସାମ୍ବାଦିକଙ୍କ ପାଦରେ ବେଡି ପକାଇଲେ ନୀଳଗିରି ଆଇଆଇସି

ଭୁବନେଶ୍ୱର:ନୀଳଗିରିରେ ଅଭାବନୀୟ ଘଟଣା ଘଟିଛି । ସବୁ ସୀମା ଟପିଯାଇଛି ପୋଲିସ । ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି । ଆଉ ଏହି ବେଡ଼ିକୁ ଆଉ କେହି ନୁହେଁ ଖୋଦ ପୁଲିସ ପକାଇଛି । ଗିରଫ କରି ଜଣେ ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଇଛି ପୁଲିସ । ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କ ଗୋଡ଼ରେ ନୀଳଗିରି ପୁଲିସ ବେଡ଼ି ପକାଇଛି ।

ଚିକିତ୍ସା ପାଇଁ ବାଲେଶ୍ୱର ମେଡିକାଲରେ ଭର୍ତ୍ତିବେଳେ ପୁଲିସ ସମ୍ପୃକ୍ତ ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଇଥିଲା । ସମ୍ପୃକ୍ତ ସାମ୍ବାଦିକ ଜଣେ ହୋମଗାର୍ଡଙ୍କୁ ମାରପିଟ କରିବାର ଅଭିଯୋଗ ଥିଲା । ହୋମଗାର୍ଡଙ୍କ ଏତଲା ଆଧାରରେ ନୀଳଗିରି ପୁଲିସ ତାଙ୍କୁ ଗିରଫ କରିଥିଲା । ତେବେ ଚିକିତ୍ସା ବେଳେ ବେଡ଼ି ପକାଯିବା ଘଟଣାର ଅନୁଧ୍ୟାନ କରାଯାଉଛି ବୋଲି ନୀଳଗିରି ଏସଡିପିଓ ସୂଚନା ଦେଇଛନ୍ତି ।

nis-ad
Leave A Reply

Your email address will not be published.