ମନରେଗା ଯୋଜନାରେ ହିତାଧିକାରୀଙ୍କ ଟଙ୍କା ୩ ବର୍ଷ ପରେ ମଧ୍ୟ ମିଳିନି

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କାଶିନିପଦର ପଞ୍ଚାୟତ ଜାର୍ଗପଦର ଗ୍ରାମର ଟ୍ରାନସୁ ପକାଲ ଗାଁର ଚୈତନ୍ୟ କହଁର ଜାତୀୟ ଗ୍ରାମ୍ୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ତରଫରୁ ଚାଷୀ କୂପ ଖୋଲିଥିଲେ । ଅନେକ ସମୟରେ ବିଭାଗୀୟ କର୍ମଚାରୀଙ୍କ ଖାମଖିଆଲ ମନୋଭାବ ଯୋଗୁଁ ଗରୀବ ଚାଷୀ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଚାଷ ପାଇଁ ମନରେଗା ଯୋଜନାରେ ଚୈତନ୍ୟ କହଁର କୂପ ଖୋଲିଥିଲେ । ତିନି ବର୍ଷ ବିତିଯାଇଥିବା ବେଳେ ବିଲ୍ ମିଳିନାହିଁ । ବାରମ୍ବାର ଅଫିସ୍ ଦୈାଡି ଦୈାଡି ବିଲ୍ ପାଇଁ କହିଲେ ମଧ୍ୟ କାହା ପାଖରେ ଉତ୍ତର ନାହିଁ । ଅଭିଯୋଗ ଅନୁଯାୟୀ ଚୈତନ୍ୟ କହଁର ମନରେଗା ଯୋଜନାରେ ଏକ ଲକ୍ଷ ଚାଳିଶି ହଜାର ଟଙ୍କା ଅଟକଳରେ ଚାଷ ନିମନ୍ତେ ଗୋଟିଏ କୂପ ଖୋଳି ଥିଲେ । ଚୈତନ୍ୟ କହଁର ଶ୍ରମ ବାବଦକୁ ୬୦ ହଜାର ଟଙ୍କା ବିଲ୍ ହୋଇଥିବା ବେଳେ ବଳକା ୮୦ ହଜାର ଟଙ୍କା ଏପର୍ଯ୍ୟନ୍ତ ପାଇନାହାନ୍ତି । ତାଙ୍କ ସମୟରେ କାମ କରିଥିବା ଅନ୍ୟ ସମସ୍ତ ହିତାଧିକାରୀଙ୍କ ବିଲ୍ ହୋଇ ଯାଇଛି । ମାତ୍ର ଚୈତନ୍ୟ କହଁରଙ୍କ ବିଲ୍ ଏ ପର୍ଯ୍ୟନ୍ତ ହୋଇନାହିଁ । ଧାର ଉଦ୍ଧାର କରି କାମ କରିଥିବା ବେଳେ ରୁଣ ସୁଝିବା ଚିନ୍ତା ମାଡ଼ି ବସିଛି । ଏହି ବିଷୟରେ ଫିରିଙ୍ଗିଆ ବିଡ଼ିଓ ଙ୍କୁ ପଚାରିବାରୁ ତଦନ୍ତ କରାଯାଇ ଶିଘ୍ର ବିଲ୍ ମିଳିବ ବୋଲି କହିଛନ୍ତି ।

nis-ad
Leave A Reply

Your email address will not be published.