ବଜ୍ରଘାତ: ୧୦ ବଳଦ ମୃତ…

ଦାରିଙ୍ଗବାଡ଼ି :, ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ସାଙ୍ଗୁଡୁମାହା ଗ୍ରାମରେ ବଜ୍ରଘାତ କାରଣରୁ ୧୦ ଟି ବଳଦ ମୃତ୍ୟୁବରଣ କରିଛନ୍ତି । ବୁଧବାର ଦିନ ଦିବା ୨ ଘଣ୍ଟା ସମୟରେ ଏହି ବଜ୍ରପାତ ଘଟିଥିଲା । ଏଥି ସହିତ ଅଂଚଳରେ ବର୍ଷା ପବନ ମଧ୍ୟ ଘଟିଥିଲା । ସାଙ୍ଗୁଡୁମାହା ଗ୍ରାମର ଯାକବ ପ୍ରଧାନଙ୍କର ୩ ଗୋଟି, ସୁକଦେବ ୨ ଗୋଟି , ଗୋପାଳ ପ୍ରଧାନର ଗୋଟିଏ , ରମାକାନ୍ତ ପ୍ରଧାନର ଗୋଟିଏ, ବେଗୁଲ ପ୍ରଧାନର ଗୋଟିଏ , ଦେବେନ୍ଦ୍ର ପ୍ରଧାନର ଗୋଟିଏ , ରାଜେନ୍ଦ୍ର ପ୍ରଧାନର ଗୋଟିଏ ବଳଦ ମୃତ୍ୟବରଣ କରିଥିଲେ । ଏହି ସବୁ ବଳଦ ଗଛ ତଳେ ରହିଥିବା ବେଳେ ବଜ୍ରପାତ ହୋଇଥିଲା । ଏହି ବଳଦ ଗୁଡିକ ମରିଯିବା ପରେ ମାଲିକ ମାନେ କିଭଳି ଚାଷ କରିବେ ବୋଲି ଏବେ ଚିନ୍ତାରେ ପଡିଛନ୍ତି । ସରକାରଙ୍କ ପକ୍ଷରୁ ଯଥା ଶୀଘ୍ର କ୍ଷତିପୂରଣ ଦେବାକୁ ଅଂଚଳବାସୀ ଦାବି କରିଛନ୍ତି ।

nis-ad
Leave A Reply

Your email address will not be published.