‘ଆରଆରଆର’ର ସଫଳତା ଲାଗି ସୁନା ବାଣ୍ଟିଲେ ରାମଚରଣ

ମୁମ୍ବାଇ: ଏବେ ଫିଲ୍ମ ‘ଆରଆରଆର’କୁ ନେଇ ଚାଲିଛି ଚର୍ଚ୍ଚା। ଫିଲ୍ମଟି ଗତ ୧୦ ଦିନରେ ୧୦୦୦ କୋଟିରୁ ଅଧିକ ଟଙ୍କା ଆୟ କରିସାରିଲାଣି। ଫିଲ୍ମଟିକୁ ଅତି ନିଖୁଣ ଭାବରେ ନିର୍ମାଣ କରି ନିର୍ଦ୍ଦେଶକ ଏସଏସ ରାଜାମୌଲି ଦର୍ଶକଙ୍କୁ ଭେଟି ଦେଇଥିବା ବେଳେ ଏହାକୁ ନିର୍ମାଣ କରିବା ପାଇଁ ୪ବ‌ର୍ଷ ସମୟ ଲାଗିଥିଲା। ଏହି ଫିଲ୍ମର ମୁଖ୍ୟ ଅଭିନେତା ରାମ ଚରଣ ଏବଂ ଜୁନିୟର ଏନଟିଆରଙ୍କୁ ସମସ୍ତେ ପ୍ରଶଂସା କରୁଥିବାବେଳେ ରାମଚରଣ ଏବେ ଏତେ ଖୁସି ହୋଇଯାଇଛନ୍ତି ଯେ ସେ ଏହି ଫିଲ୍ମର ପରଦା ପଛରେ କାମ କରିଥିବା ୩୫ ଜଣ ସଦସ୍ୟଙ୍କୁ ସୁନା ମୁଦ୍ରା ଉପହାର ଭାବେ ଦେଇଛନ୍ତି |
ରାମଚରଣ ‘ଆରଆରଆର’ ୟୁନିଟର କ୍ରୁ ସଦସ୍ୟମାନଙ୍କୁ ୧୦ ଗ୍ରାମ ଓଜନର ସୁନା ମୁଦ୍ରା ଉପହାର ଦେଇଛନ୍ତି | ରାମଚରଣ ଚଳଚ୍ଚିତ୍ରରେ କାମ କରୁଥିବା ପ୍ରାୟ ୩୫ଜଣ ଟେକ୍ନିସିଆନଙ୍କୁ ସୁନା କଏନ ବଣ୍ଟନ କରିଥିବାବେଳେ ଏମାନଙ୍କ ମଧ୍ୟରେ କ୍ୟାମେରା ଆସିଷ୍ଟାଣ୍ଟ, ପ୍ରଡକ୍ସନ୍ ମ୍ୟାନେଜର, ଆକାଉଣ୍ଟାଣ୍ଟ, ଫଟୋଗ୍ରାଫର ପ୍ରମୁଖ ଅଛନ୍ତି । କୁହାଯାଉଛି ଯେ ଏହି ସୁନା ମୁଦ୍ରାର ଗୋଟିଏ ପାର୍ଶ୍ୱରେ ଆରଆରଆର ଲେଖାଯାଇଥିବାବେଳେ ଏବଂ ଅନ୍ୟ ପଟେ ରାମ ଚରଣଙ୍କ ନାମ ଲେଖାଯାଇଛି ଯାହାକି ଏହି ଚଳଚ୍ଚିତ୍ରର ନିର୍ମାଣରେ ସହଯୋଗ କରିଥିବା ସଦସ୍ୟମାନଙ୍କ ପାଇଁ ସ୍ମରଣୀୟ ଉପହାର ହୋଇ ରହିବ |

nis-ad
Leave A Reply

Your email address will not be published.