ଧାମନଗର ଏନଏସି ଅଞ୍ଚଳରେ ୧୪୪ ଧାରା ଜାରି

ଭଦ୍ରକ ୫।୪ ଧାମନଗରରେ ଭୋଟ ଗଣତି ପାଇଁ ୧୪୪ ଧାରା ଜାରି କରାଯାଇଛି । ଧାମନଗର ଏନଏସି ଅଞ୍ଚଳ ରେ ୧୪୪ ଧାରା ଜାରି କଲେ ଜିଲ୍ଲା ପ୍ରଶାସନ । ୫ ତାରିଖ ରାତି ୯ ଟା ରୁ ୭ ତାରିଖ ସକାଳ ୬ ଟାପର୍ଯ୍ୟନ୍ତ କଟକଣା ଲାଗୁ କରାଯାଇଛି । ୫ ରୁ ଅଧିକ ଲୋକଙ୍କ ସମାଗମ ଉପରେ କଟକଣା । ଗଣତି କେନ୍ଦ୍ର ନିକଟକୁ ଚାରିଚକିଆ ଗାଡି ରଖିବା ଓ ନେବା ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି।

ଭଦ୍ରକ ଜିଲ୍ଲା ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ୪ ଗୋଟି ୱାର୍ଡ଼ ଅନ୍ତର୍ଗତ ୬ଟି ବୁଥରେ ସାନି ମତଦାନ ହୋଇଛି । ମାର୍ଚ୍ଚ ୨୪ତାରିଖ ମତଦାନ ସମୟରେ ହିଂସାକାଣ୍ଡ ଯୋଗୁଁ ଏନଏସି ନିର୍ବାଚନ ବାଧାପ୍ରାପ୍ତ ହୋଇଥିଲା । ପରବର୍ତ୍ତୀ ସମୟରେ ଅଧିକ ଉତ୍ତେଜନା ସହ ବ୍ୟାପକ ଭଙ୍ଗାରୁଜାକୁ ଦୃଷ୍ଟିରେ ରଖି ସେଠାରେ ମତଦାନ ସମ୍ପୁର୍ଣ୍ଣ ଭାବେ ବନ୍ଦ ହୋଇଥିଲା। ଏନେଇ ପ୍ରଶାସନ ପକ୍ଷରୁ ଉକ୍ତ ବୁଥ୍‌ ଗୁଡ଼ିକରେ ସାନି ମତଦାନ ଲାଗି ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଅବଗତ କରାଯାଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ନିର୍ବାଚନ ଆୟୋଗ ଏହି ବୁଥ୍ ଗୁଡିକରେ ୫ ତାରିଖ ସାନି ମତଦାନ ଲାଗି ନିର୍ଦେଶ ଦେଇଥିଲେ। ୬ ତାରିଖରେ ମତଗଣନା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।

nis-ad
Leave A Reply

Your email address will not be published.