ଟିବି ମୁକ୍ତ ଭାରତ ପାଇଁ ଶପଥ ନେଲେ ଟନେଲକ୍ୟାମ୍ପ ପଞ୍ଚାୟତ ବାସି…


ଚିତ୍ରକୋଣ୍ଡା :-ଭାରତ କୁ ଟିବି (ଯକ୍ଷ୍ମା) ମୁକ୍ତ ଅଭିଯାନ କୁ ସଫଳ କରିବା ପାଇଁ ମାଲକାନଗିରି ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରଫୁଲ ନନ୍ଦ ଙ୍କ ନିର୍ଦେଶ କ୍ରମେ କୋରୁକୋଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଆର ପ୍ରତୀକ ପ୍ରିୟଦର୍ଶନ ଙ୍କ ଆହ୍ୱାନ ରେ ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଭୁକ୍ତ ଏବଂ କୋରୁକୋଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଦ୍ଵାରା ପରିଚାଳିତ ଟନେଲ କ୍ୟାମ୍ପ ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ର ଆନୁକୂଲ୍ୟରେ କମ୍ୟୁନିଟି ହେଲଥ ଅଫିସର ଶୁଭସ୍ମିତା ବେହେରାଙ୍କ ନେତୃତ୍ୱରେ ଟନେଲକ୍ୟାମ୍ପ ପଞ୍ଚାୟତ ର ସରପଞ୍ଚ ଶୀତମା ମୁଦୁଲି ଅଧକ୍ଷତାରେ ଟନେଲକ୍ୟାମ୍ପ ପଞ୍ଚାୟତ ସଭାଗୃହ ଠାରେ ଉକ୍ତ ପଞ୍ଚାୟତ ର ସମିତି ସଭ୍ୟ, ନାଏବ ସରପଞ୍ଚ, ସମସ୍ତ ୱାର୍ଡ ମେମ୍ବର, ଆଶା କର୍ମୀ, ଅଙ୍ଗନବାଡି କର୍ମୀ ଏବଂ ଗ୍ରାମବାସି ମାନଙ୍କୁ ନେଇ ଭାରତ ଟିବି (ଯକ୍ଷ୍ମା )ମୁକ୍ତ କରିବାକୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି l ଉକ୍ତ ଟିବି କାର୍ଯ୍ୟକ୍ରମଟି ମାର୍ଚ୍ଚ ଚବିଶ ତାରିଖ ଠାରୁ ଏପ୍ରିଲ ଚଉଦ ତାରିଖ ପର୍ଯ୍ୟନ୍ତ ଏକୋଇଶି ଦିନ ଧରି ଟିବି ମୁକ୍ତ ଅଭିଯାନ ଚାଲୁ ରହିବା ସହିତ ବିଭିନ୍ନ ଗ୍ରାମରେ ସଚେତନ ସଭା, ପଦଯାତ୍ରା କରାଯିବା ସହିତ ଘରକୁ ଘର ବୁଲି ଟିବି ସମ୍ପ୍ରର୍କିତ ତଥ୍ୟ ସଂଗ୍ରହ କରି ଅନୁମାନ କିମ୍ବା ସନ୍ଦେହ କରାଯାଉଥିବା ବ୍ୟକ୍ତିକୁ ଚି଼ହ୍ନଟ କରାଯାଇ ତାର ତତ କ୍ଷଣାତ କଫ ନେଇ ପରୀକ୍ଷା କରାଯିବ ଯଦି ଟିବି ବାହାରିବା ପ୍ରମାଣିତ ହୁଏ ତେବେ ତାକୁ ସଙ୍ଗେ ସଙ୍ଗେ ଚିକିତ୍ସା ନିମନ୍ତେ ଛ ମାସ ପର୍ଯ୍ୟନ୍ତ ନିୟମିତ ଔଷଧ ଖାଇ ଟିବି ଭଲ ହୋଇ ଯିବ l ଯକ୍ଷ୍ମା ରୋଗୀକୁ କେଭେ ଘୃଣା ନକରି ତାକୁ ଭଲ ହେବାରେ ସାହାଯ୍ୟ କରିବା, ରୋଗୀକୁ ସୁଷମା ଖାଦ୍ୟ ଦେବା, ବିଶ୍ରାମ କରିବା ନିହାତି ଆବଶ୍ୟକ ବୋଲି ଆଲୋଚନା ସହ ପରାମର୍ଶ ଦେଇ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିବା ସମସ୍ତଙ୍କୁ ଭାରତ କୁ ଟିବି ମୁକ୍ତ ନିମନ୍ତେ ସଫଳ ତଥା ସହଯୋଗ କରିବାକୁ ଶପଥପାଠ କରାଇଥିଲେ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର (ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର )ଅଧିକାରୀ ଶୁଭସ୍ମିତା ବେହେରା l

nis-ad
Leave A Reply

Your email address will not be published.