ବାଲ୍ୟ ବିବାହ ନିରାକରଣ ସମ୍ପର୍କରେ ସଚେତନତା ସଭା ପଦଯାତ୍ରା…

ଚିତ୍ରକୋଣ୍ଡା : ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଭୁକ୍ତ ଟନେଲ କ୍ୟାମ୍ପ ଠାରେ ଆଇସିଡିଏସବ ଆନୁକୂଲ୍ୟରେ ପଞ୍ଚାୟତ ପ୍ରତିନିଧି, ବିଶୋରି ବାଳିକା,ଆଶା ଓ ଅଙ୍ଗନବାଡି କର୍ମୀ ମାନଙ୍କୁ ନେଇ ପଞ୍ଚାୟତ ସ୍ତରୀୟ ବାଲ୍ୟ ବିବାହ ନିରାକରଣ ସମ୍ପର୍କରେ ଏକ ସଚେତନତା ସଭା କରାଯାଇ ପଦଯାତ୍ରା କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ଉପଯୁକ୍ତ ବୟସ ସୀମା ମଧ୍ୟରେ ବିବାହ କରିବା, କିଶୋରୀ ସ୍ୱାସ୍ଥ୍ୟ ର ଯତ୍ନ, ବାଲ୍ୟ ବିବାହ କୁ ରୋକିବା ଉପରେ ଆଲୋଚନା କରାଯାଇଥିଲା l ଏହି କାର୍ଯ୍ୟକ୍ରମ କୁ ଟନେଲକ୍ୟାମ୍ପ ଅଙ୍ଗନବାଡି କର୍ମୀ ସଞ୍ଜୁଲତା ସାମଲ ପରିଚାଳନା କରିଥିବା ବେଳେ ଅନ୍ୟ ସାଥି କର୍ମୀ ମାନେ ସଫଳ କରିବାରେ ସହଯୋଗ କରିଥିଲେ l

nis-ad
Leave A Reply

Your email address will not be published.