ଖଲ୍ଲିକୋଟ ରେ ଗଡ଼ିଲା ଶିକ୍ଷା ସଚେତନେତା ରଥ

ଖଲ୍ଲିକୋଟ (୪/୪) : କୋଭିଡ କଟକଣା ଯୋଗୁ ଦୀର୍ଘ ଅଢେଇ ବର୍ଷ ଧରି ଆନୁଷ୍ଠାନିକ ଶିକ୍ଷାଦାନ ସମ୍ପୂର୍ଣ ଠପ ହେବା ସହ ଶିକ୍ଷକ ,ଛାତ୍ର ,ଅଭିଭାବକ ମାନେ ପିଲାଙ୍କ ଶିକ୍ଷାଦାନ ନେଇ ଘରେ ଅଶାନ୍ତି ରେ ଥିଲେ l ଚଳିତ ଏପ୍ରିଲ ମାସ ଠାରୁ ଶିକ୍ଷା ବର୍ଷ ଆରମ୍ଭ ହୋଇଥିବା ବେଳେ ଶ୍ରେଣୀ ଶିକ୍ଷାଦାନ କୁ ସ୍ୱାଭାବିକ କରିବା ଓ ପିଲାଙ୍କ ସ୍କୁଲ ପ୍ରବେଶ କୁ ପୁନର୍ବାର ତ୍ୱରାନ୍ନିତ କରିବା ପାଇଁ ସୋମବାର ଦିନ ଖଲ୍ଲିକୋଟ ଠାରୁ ଏକ ଶିକ୍ଷା ସଚେତନେତା ରଥ ର ଶୁଭାରମ୍ଭ କରାଯାଇଛି l ଖଲ୍ଲିକୋଟ ଶ୍ରିମରଦରାଜ ହାଇସ୍କୁଲ ପରିସରରେ ଖଲ୍ଲିକୋଟ ବ୍ଲକ ଅଧକ୍ଷ ଦୈତାରୀ ବେହେରା ସବୁଜ ପତାକା ଦେଖାଇ ରଥ ର ଶୁଭାରମ୍ଭ କରିଥିବା ବେଳେ ଖଲ୍ଲିକୋଟ ଗୋଷ୍ଠି ଶିକ୍ଷା ଅଧିକାରୀ ବିରଜାମଞ୍ଜରୀ ମିଶର ,ପ୍ରଧାନ ଶିକ୍ଷୟତ୍ରୀ ଗୋମତୀ ପ୍ରଧାନ ,ବି ଆର ସି ସି ମଙ୍ଗୁଳି ଜେନା ଓ ସହକାରୀ ଶିକ୍ଷୟତ୍ରୀ ସୁଜାତା ସାହୁ ,ବି ଆର ସି ସି ଜୟକୃଷ୍ଣ ଵାଲା ,ପ୍ରଦୀପ କୁମାର ତ୍ରିପାଠୀ ,ନାଗେଶ୍ୱର ବାରିକ , ସଚ୍ଚିକାନ୍ତ ପାଢ଼ୀ , ରବି ମୁଦୁଲି ,ବଳରାମ ବେହେରା , ଅଜୟ ପାଣିଗ୍ରାହୀ ,ଇନ୍ଦ୍ରମଣି ପ୍ରଧାନ ଓ ସହକାରୀ ଶିକ୍ଷୟତ୍ରୀ ମୋନାଲିସା ମହାନ୍ତି ,ଚନ୍ଦ୍ରକଳା ବେହେରା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l

nis-ad
Leave A Reply

Your email address will not be published.