ମାଉଜର ପାହାଡ଼ରେ ଗଞ୍ଜାମ ଜିଲ୍ଲା…! : ଚୋରା ବନ୍ଧୁକର ଚେର ଲମ୍ବିଛି କି..?


ହିଞ୍ଜିଳିକାଟୁ : ରବିବାର ହିଞ୍ଜିଳି ଥାନା ଚୈତନ୍ୟପଡା ନିକଟରେ ବନ୍ଧୁକ ମୁନରେ ଆତ୍ମହତ୍ୟା ଘଟଣା ପରେ ହିଞ୍ଜିଳି ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ପାରିବାରିକ କଳହକୁ କେନ୍ଦ୍ର କରି ଗ୍ୟାରେଜ ମାଲିକ ତଥା ହିଞ୍ଜିଳି ଥାନା ଗୋପିନାଥପୁର ଗ୍ରାମର ଇପିଲି ଜଗନ୍ନାଥ ମୁଣ୍ଡରେ ମାଉଜର ଲଗାଇ ଆତ୍ମହତ୍ୟା କରିଥିଲେ । ହିଞ୍ଜିଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଏକ ମାଉଜର ଜବତ କରିଥିଲା । ଏ ନେଇ ହିଞ୍ଜିଳି ଥାନାରେ ନମ୍ବର ୯/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ପୋଲିସ ଘଟଣାର ତଦନ୍ତ ଚଳାଇଥିଲା । ତେବେ ଜଣେ ଗ୍ୟାରେଜ ମାଲିକଙ୍କ ଠାରେ ଏକ ମାଉଜର ମିଳିବା ପରେ ଚୋରା ମାଉଜର କାରବାରର ଚେର ହିଞ୍ଜିଳିକାଟୁ ପର୍ଯ୍ୟନ୍ତ ଲମ୍ବିଥିବା ନେଇ ସାଧାରଣରେ ଆଲୋଚନାର ପ୍ରସଙ୍ଗ ପାଲଟିଛି । କିଛି ବର୍ଷର ନିରବତା ପରେ ହିଞ୍ଜିଳିକାଟୁ ଅଞ୍ଚଳ ପୁଣିଥରେ ଅଶାନ୍ତ ହୋଇପଡ଼ିଥିବା ଦେଖିବାକୁ ମିଳିଛି । ମାର୍ଚ୍ଚ ୨୨ ତାରିଖ ବିଳମ୍ବିତ ରାତିରେ ହିଞ୍ଜିଳି ଥାନା ପିତଳ ଛକରେ କମେଣ୍ଟ ମରାକୁ କେନ୍ଦ୍ରକରି ଗୋଟିଏ ଗୋଷ୍ଠୀର ୬ ଜଣ ମିଶି ଗୋଟିଏ ପରିବାରର ୩ ଭାଗ ଓ ଜଣେ ସମ୍ପର୍କୀୟ ଭାଇଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଓ ପୈାର ନିର୍ବାଚନ ପରେ ହିଞ୍ଜିଳିକାଟୁ ଅଞ୍ଚଳରେ ପ୍ରତ୍ୟହ ଛୋଟବଡ ହିଂସାକାଣ୍ଡ ସୃଷ୍ଟି ହେଉଥିବା ଜଣାପଡିଛି । ବେଳେ ବେଳେ ଥାଉ ଥାଉ ବେଣି ବାନ୍ଧିବା ନୀତିରେ ବଡ ଧରଣର ହିଂସାକାଣ୍ଡ ଘଟିବା ପୂର୍ବରୁ ପୋଲିସ ପ୍ରଶାସନ ପକ୍ଷରୁ ଆବଶ୍ୟକୀୟ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ ନକଲେ ଆଗାମୀ ଦିନରେ ଏକ ବିସ୍ପୋରକ ପରିସ୍ଥିତି ସୃଷ୍ଟି ହେବା ନିଃସନ୍ଦେହ । ସୂଚନା ଥାଉକି ଗଞ୍ଜାମ ଏସ ପି ନୀତେନଜିତ ସିଂ ସମୟ ରେ ଆସ୍କା ରେ ସୁରି ମହାନ୍ତି ନାମକ ଏକ ବ୍ୟବସାୟୀ ଙ୍କୁ ସକାଳୁ କିଛି ଦୁର୍ବୃତ୍ତ ଗୁଳି କରି ହତ୍ୟା କରି ଥିଲେ ସେହି ସମୟରେ କେବଳ ଗଞ୍ଜାମ ଜିଲ୍ଲା ନୁହଁ ସାରା ଓଡିଶା ରେ ଚହଳ ପଡିଥିଲା ଯାହାକୁ ନେଇ ତତ୍କାଳୀନ ଏସ ପି ଗୋଟିଏ ସ୍ୱତନ୍ତ୍ର ଟିମ କରି ଚୋରା ବନ୍ଧୁକ ଜବତ କରିବା ସହିତ ଏଥିରେ ଲିପ୍ତ ଥିବା ଅନେକ ଅପରାଧୀ କୁ ଗିରଫ କରିବା ରେ ସକ୍ଷମ ହୋଇ ଥିଲେ, ଏଥିରେ ସମ୍ପୂର୍ଣତା ଆଣିଥିଲେ ତତ୍କାଳୀନ ଗଞ୍ଜାମ ଟାଇଗର ଆକ୍ଷା ପାଇଥିବା ଏସ ପି ଆଶିଷ ସିଂ ଅମଳରେ ଯାହାକି କେବଳ ଚୋରା ମାଉଜର ନୁହଁ ଅପରାଧିକ ଚୋରାଭୂଇଁ ପାଲଟିଥିବା ଗଞ୍ଜାମ ଜିଲ୍ଲା ରେ ସମ୍ପୂର୍ଣ ଭାବରେ ଅପରାଧୀ ମାନଙ୍କୁ ଏନକାଉଣ୍ଟର କରି ଏଜ ସୁସ୍ଥ ପରିବେଶ ଆଣିଥିଲେ l କିନ୍ତୁ ବର୍ତମାନ ପୁଣି ଗଞ୍ଜାମ ଜିଲ୍ଲା ଅଶାନ୍ତ, ବର୍ତମାନ ପୁଣି ଚୋରା ମାଉଜର କାରବାର ବୃଦ୍ଧି ପାଇଛି କହିଲେ କିଛି ଭୁଲ ହେବ ନାହିଁ କାରଣ ଗତ କାଲିର ଘଟଣା କୁ ଦେଖିଲେ ଏହା ଏକ ମୂକ ସାକ୍ଷୀ ହୋଇ ରହିବ କାରଣ ଜଗନ୍ନାଥଙ୍କ ପାଖରେ ମାଉଜର ଆସିଲା କେଉଁଠୁ ଏହା ତଦନ୍ତ ସାପେକ୍ଷ l ବର୍ତମାନ ପୋଲିସ ତଦନ୍ତ କେଉଁ ଦିଗରେ ଯାଉଛି ତାହା ସମୟ ସାପେକ୍ଷ…

nis-ad
Leave A Reply

Your email address will not be published.