ପୁରୀରୁ ୧୧୦ ଗ୍ରାମର ବ୍ରାଉନସୁଗାର ଜବତ, ୨ ଗିରଫ

ପୁରୀ, ୦୪/୦୪ : ପୁରୀରୁ ଧଳା ଜହର ଜବତ। ଦୁଇ ଆନ୍ତଃଜିଲ୍ଲା ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କଲା ଏସଟିଏଫ୍ ଓ ବାସେଳୀ ସାହି ଥାନା ପୋଲିସ। ସେମାନଙ୍କ ନିକଟରୁ ୧୧୦ ଗ୍ରାମ୍‌ର ବ୍ରାଉନସୁଗାର ଜବତ ହୋଇଛି। ଏହାର ଆନୁମାନିକ ମୂଲ୍ୟ ୧୧ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି।

ପୁରୀରେ ବ୍ରାଉନସୁଗାର ବେପାର ହେଉଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇ ରବିବାର ରାତିରେ ବାସେଳୀ ସାହି ଥାନା ପୋଲିସ ଓ ଏସଟିଏଫ୍ ମିଳିତ ଚଢାଉ କରିଥିଲା।

ଚଢାଉ ବେଳେ ୨ ଆନ୍ତଃଜିଲ୍ଲା ବ୍ରାଉନସୁଗାର ବେପାରୀ ଗିରଫ ହୋଇଛନ୍ତି। ସେମାନଙ୍କ ନିକଟରୁ ୧୧୦ ଗ୍ରାମ୍ ବ୍ରାଉନସୁଗାର ସହ ନଗଦ ୧୧ ହଜାର ଟଙ୍କା ଓ ୬ଟି ମୋବାଇଲ୍ ଫୋନ୍ ଜବତ ହୋଇଛି। ଗିରଫ ୨ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ଥିବା ବେଳେ ଅନ୍ୟ ଜଣେ ଖୋର୍ଦ୍ଧା ଦିୱନା ଗ୍ରାମର ସର୍ବେଶ୍ଵର ବେହେରା। ଏହି ୨ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରିବ ପୋଲିସ।

nis-ad
Leave A Reply

Your email address will not be published.