ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଫୁଲବାଣୀ ଠାରେ ବିଦ୍ୟାରମ୍ଭ ସଂସ୍କାର ଉତ୍ସବ ପାଳିତ

ଫୁଲବାଣୀ : ପବିତ୍ର ଉତ୍କଳ ଦିବସ ଅବସରରେ ବିଦ୍ୟାରମ୍ଭ ସଂସ୍କାର ଉତ୍ସବ ପାଳନ କରାଯାଇଛି। ଉକ୍ତ ଦିବସରେ ପ୍ରାରମ୍ଭ ଶ୍ରେଣୀଠାରୁ ଆରମ୍ଭ କରି ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଶିଶୁ ନୂତନଭାବେ ଯୋଗଦାନ କରି ବିଦ୍ୟାଳୟକୁ ଉତ୍ସବମୁଖର କରିବା ସଙ୍ଗେ ସଙ୍ଗେ ବନ୍ଦନା ପ୍ରାର୍ଥନା କରି ଚଳିତ ବର୍ଷ ପାଇଁ ସୁସ୍ଥତା ,ସ୍ୱଚ୍ଛତା ତଥା ଶୁଭକାମନା କରିଥିଲେ। ଇତ୍ୟବସରରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଜାନକୀବଲ୍ଲଭ ବିଷୋୟୀ ଶିଶୁଙ୍କୁ ଶୁଭେଚ୍ଛା ଓ ଶୁଭ ଅଭିନନ୍ଦନ ଜଣାଇଥିଲେ ଏବଂ  ଚଳିତ ବର୍ଷ ଶିଶୁଙ୍କୁ ଆଗକୁ ବଢ଼ିବାର ମାର୍ଗ ଦର୍ଶନ କରାଇଥିଲେ । ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ଦେବେନ୍ଦ୍ର କୁମାର ପଟ୍ଟନାୟକ ଏବଂ ଦୁଃଶାସନ ଗୁରୁଜୀ ଉତ୍କଳ ଦିବସର ମହତ୍ତ୍ୱ ବିଷୟରେ  ହୃଦୟସ୍ପର୍ଶୀ ସମ୍ଭାଷଣ ମାଧ୍ୟମରେ ଉତ୍କଳର ସଂସ୍କୃତି ଓ ପରମ୍ପରାକୁ ଆପଣେଇବା ସହିତ ନିଜକୁ ଓଡ଼ିଆ ବୋଲି ଗର୍ବ ଅନୁଭବ କରି  ଉତ୍କଳ ମାତାର ସୁସନ୍ତାନ ରୂପେ ପ୍ରତିଷ୍ଠିତ ହେବାପାଇଁ ଶିଶୁଙ୍କୁ ପ୍ରେରଣା ଯୋଗାଇ ଥିଲେ । ବିଦ୍ୟାଳୟର ସଂସ୍କୃତ ଆଚାର୍ଯ୍ୟା ସବିତା ମିଶ୍ର ବେଦପାଠ,ମନ୍ତ୍ରପାଠ ସହିତ ସମସ୍ତ ଆଚାର୍ଯ୍ୟ/ଆଚାର୍ଯ୍ୟାଙ୍କ ସହଯୋଗରେ ବିଦ୍ୟାଳୟର ମଙ୍ଗଳକାମନା ପୂର୍ବକ ଘୃତ ଯଜ୍ଞ ଅନୁଷ୍ଠାନ କରାଇଥିଲେ । ପରିଶେଷରେ ବିଦ୍ୟାଳୟ କମିଟିର ସଭାପତି ବରିଷ୍ଠ ଆଇନଜୀବୀ ହରିଶ୍ଚନ୍ଦ୍ର ମହାରଣା, ସମ୍ପାଦକ ବିରଞ୍ଚି ନାରାୟଣ ମିଶ୍ର, ବୀଦ୍ୱତ ପରିଷଦର ସଭାପତି ବାସୁଦେବ ପ୍ରହରାଜ, ସମ୍ପାଦକ ସନ୍ତୋଷ ରଥ ବିଦ୍ୟାଳୟର ଉତ୍ତୋରତ୍ତର ଉନ୍ନତି କାମନା କରିଥିଲେ । ବିଦ୍ୟାଳୟ ପରିସରରେ ବହୁସଂଖ୍ୟାରେ ଅଭିଭାବକ/ଅଭିଭାବିକାଙ୍କ ଯୋଗଦାନ ବିଦ୍ୟାଳୟକୁ ଉତ୍ସବ ମୁଖର କରିଥିଲା।

nis-ad
Leave A Reply

Your email address will not be published.