ଲୋକମାନ୍ୟ ତିଲକ- ଜୟନଗର ଏକ୍ସପ୍ରେସ ନାସିକ ନିକଟରେ ଲାଇନଚ୍ୟୁତ; ଉଦ୍ଧାର କାର୍ଯ୍ୟ ଜାରି

ନାସିକ: ରବିବାର ଅପରାହ୍ନରେ ମହାରାଷ୍ଟ୍ରର ନାସିକ ନିକଟରେ ଲୋକମାନ୍ୟ ତିଲକ- ଜୟନଗର ଏକ୍ସପ୍ରେସ (ପବନ ଏକ୍ସପ୍ରେସ)ର ୧୦ଟି ବଗି ଲାଇନଚ୍ୟୁତ ହୋଇଛି ବୋଲି ରେଳବାଇ କହିଛି। ଅପରାହ୍ନ ପ୍ରାୟ ୩.୧୦ ସମୟରେ କେନ୍ଦ୍ରୀୟ ରେଳବାଇର ଭୁସାଭାଲ ଡିଭିଜନରେ ଲାହାଭିତ ଏବଂ ଦେବଲାଲିଙ୍କ ମଧ୍ୟରେ ଘଟିଥିବା ଏହି ରେଳ ଦୁର୍ଘଟଣାରେ ଏପର୍ଯ୍ୟନ୍ତ କୌଣସି ବଡ଼ ଧରଣର ଅଘଟଣ ଘଟି ନଥିବା ସୂଚନା ମିଳିଛି।
ମନମାଡ୍‌ରୁ ଏକ ଦୁର୍ଘଟଣା ରିଲିଫ୍‌ ଟ୍ରେନ୍‌, ଭୁସାଭାଲରୁ ରିଲିଫ୍‌ ଏବଂ ଚିକିତ୍ସା ଉପକରଣ ଏବଂ ଇଗାଟପୁରୀରୁ ଏକ ମେଡିକାଲ ଭ୍ୟାନ୍‌ ଘଟଣାସ୍ଥଳକୁ ପଠାଯାଇଛି ବୋଲି କେନ୍ଦ୍ରୀୟ ରେଳବାଇର ଜଣେ ମୁଖପାତ୍ର ଗଣମାଧ୍ୟମକୁ କହିଛନ୍ତି। ଏହି ଦୁର୍ଘଟଣାରେ କୌଣସି ଯାତ୍ରୀଙ୍କର ମୃତ୍ୟୁ ହୋଇନାହିଁ ଏବଂ କିଛି ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି ବୋଲି ଅଧିକାରୀ କହିଛନ୍ତି।
ଛତ୍ରପତି ଶିବାଜୀ ମହାରାଜ ଟର୍ମିନସରେ ହେଲ୍‌ପଲାଇନ ନମ୍ବର ୦୨୨-୨୨୬୯୪୦୪୦ ଏବଂ ୦୨୨- ୬୭୪୫୫୯୯୩ ଜାରି କରାଯାଇଛି।
ଏହି ଦୁର୍ଘଟଣା କାରଣରୁ ନିଜାମୁଦ୍ଦିନ ମଙ୍ଗଳା ଏକ୍ସପ୍ରେସ, ଜଳନା ଜନଶତାବ୍ଦୀ ଏକ୍ସପ୍ରେସ, ଜବଲପୁର ଗରିବରଥ, ବାରଣାସୀ ଏକ୍ସପ୍ରେସ ଏବଂ ଏଲଟିଟି-ଗୋରଖପୁର ସମର ସ୍ପେଶାଲ ସମେତ ପାଞ୍ଚଟି ଟ୍ରେନର ଯାତ୍ରାପଥକୁ ପରିବର୍ତ୍ତନ କରାଯାଇଛି।

nis-ad
Leave A Reply

Your email address will not be published.