ଉତ୍କଳ ଦିବସ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ନିଜର ୮୬ ତମ ଜନ୍ମ ଦିବସ ପାଳନ କରୁଛି ଓଡ଼ିଶା । ଭାଷା ଭିତ୍ତିରେ ଗଠନ ହୋଇଥିବା ପ୍ରଥମ ରାଜ୍ୟକୁ ୮୬ ବର୍ଷ ପୁରୁଥିବା ବେଳେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଆରେ ଟ୍ୱିଟ୍ କରି ଉକ୍ରଳ ଦିବସ ଶୁଭେଚ୍ଛା ଜଣାଇଥିବା ବେଳେ ରାଷ୍ଟ୍ରପତି ହିନ୍ଦି ଭାଷାରେ ଟ୍ୱିଟ୍ କରିଥିଲେ ।

ଉତ୍କଳ ଦିବସ ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଶୁଭେଚ୍ଛା ସହ ରାଜ୍ୟବାସୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କଲେ, କହିଲେ- ଦେଶର ପ୍ରଗତିରେ ଓଡ଼ିଆ ଲୋକଙ୍କ ଯୋଗଦାନ ଉଲ୍ଲେଖନୀୟ, ଓଡ଼ିଆ ସଂସ୍କୃତି ସମଗ୍ର ବିଶ୍ୱରେ ପ୍ରଶଂସିତ ବୋଲି ଲେଖି ମୋଦୀ ଟ୍ୱିଟ କରିଥିଲେ ।

ଉତ୍କଳ ଦିବସର ବିଶେଷ ଅବସରରେ ଓଡ଼ିଶାର ଜନସାଧାରଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା । ଦେଶର ପ୍ରଗତିରେ ଓଡ଼ିଆ ଲୋକମାନେ ଉଲ୍ଲେଖନୀୟ ଯୋଗଦାନ ଦେଉଛନ୍ତି ଏବଂ ଓଡ଼ିଆ ସଂସ୍କୃତି ସମଗ୍ର ବିଶ୍ୱରେ ପ୍ରଶଂସିତ । ଓଡ଼ିଶାର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି ।

ଅନ୍ୟ ପକ୍ଷରେ ରାଷ୍ଟ୍ରପତି ଲେଖିଥିଲେ ଓଡ଼ିଶା ମାଟିରେ ଜଗନ୍ନାଥ, କୋଣାର୍କ ଓ ଲିଙ୍ଗରାଜ ମନ୍ଦିର ଭଳି ଐତିହ୍ୟ ଭରି ରହିଛି ସାରା ବିଶ୍ବକୁ ଶାନ୍ତି ଓ ଭଲ ପାଇବାର ବାର୍ତ୍ତା ଦେଉଛି ଓଡ଼ିଶା । ଏପରି ଲେଖିବା ସହିତ ଓଡ଼ିଶା ବାସୀଙ୍କୁ ଉକ୍ରଳ ଦିବସ ଶୁଭକାମନା ଜଣାଇଥିଲେ କୋବିନ୍ଦ ।

nis-ad
Leave A Reply

Your email address will not be published.