ଏସ ବ୍ୟାଙ୍କ ପ୍ରତନିଧି ସାଜି ଖଲ୍ଲିକୋଟ ବ୍ଲକର ବିଭିନ୍ନ ଗ୍ରାମର ୮୧ ମହିଳାଙ୍କ ଠାରୁ ୬ ଲକ୍ଷ ଟଙ୍କାର ଚୂନ ଲଗାଇ ଚମ୍ପଟ

ଖଲ୍ଲିକୋଟ (୩୧/୩) : ଖଲ୍ଲିକୋଟ ବ୍ଲକ ର ବିଭିନ୍ନ ଗ୍ରାମକୁ ଯାଇ ଦୁଇଜଣ ଠକ ନିଜ କୁ ଏସ ବ୍ୟାଙ୍କ ର ପ୍ରତିନିଧି ସାଜି ଋଣ ଦେବାର ପ୍ରତିଶୃତି ଦେଇ ସେମାନଙ୍କ ଠାରୁ ସମସ୍ତ କାଗଜପତ୍ର ସଂଗ୍ରହ କରି ଗ୍ରୁପ ଗଠନ କରି ୮୧ ଜଣ ନିରୀହ ମହିଳାଙ୍କ ଠାରୁ ୬ ଲକ୍ଷ ତାଙ୍କ ର ଚୁନା ଲଗାଇ ଫେରାର ହୋଇଥିବା ଜଣାପଡିଛି l ଗୁରୁବାର ଦିନ ଖଲ୍ଲିକୋଟ ବ୍ଲକ ର ତେନ୍ତୁଳିଆପଡା ଓ ଆଳପୁର, ମୋହନପୁର, ବରଷାର, ଫସିଡ଼ି ଭରସା, କେଶପୁର ଓ ଡି ଆର ପି କଲୋନୀ ର ମହିଳା ମାନେ ଖଲ୍ଲିକୋଟ ଥାନା କୁ ଆସି ଜଣାଇଥିବା ପ୍ରକାଶ l ମିଳିଥିବା ସୂଚନା ଅନୁଯାଇ ଖଲ୍ଲିକୋଟ କରଣସହି ସ୍ତିତd କଲଟେକ କମ୍ପୁଟର କେନ୍ଦ୍ର ରେ ଅନିଲ କୁମାର ଦଳାଇ ଓ ସ୍ମୃତି ରଞ୍ଜନ ପତ୍ର ଦୁଇଜଣ ଠକ ପହଂଚି ଖଲ୍ଲିକୋଟ କଲଟେକ କମ୍ପୁଟର କେନ୍ଦ୍ର ର ଏମ ଡି ବିଶ୍ୱନାଥ ଦାଶ କୁ ଭେଟି ତାଙ୍କ ଠାରୁ ATM ,ବ୍ୟାଙ୍କ ପାସ ବୁକ ନମ୍ବର ଓ ପାନ କାର୍ଡ ପଭୂତି ମାଗି ନେବା ସହ ଭି ସି କେନ୍ଦ୍ର ଓ ଆଧାର ସଂଶୋଧନ କେନ୍ଦ୍ର ପାଇଁ ୨୫୦୦ ଓ ୩୦୦୦୦ ହଜାର ଟଙ୍କା ମାରି ନେଇଥିଲେ l ତେବେ ଉକ୍ତ ଦୁଇ ଠକ ବିଶ୍ୱନାଥ ଙ୍କ ଜାଲ ଭିଜିଟିଂ କାର୍ଡ କରି ବ୍ଲକ ର ବିଭିନ୍ନ ଗ୍ରାମରେ ପହଂଚି ମହିଳା ଗ୍ରୁପ ଗଠନ କରି ତାଙ୍କୁ ଠାରୁ ସମସ୍ତ କାଗଜପତ୍ର ଓ ବୀମା ଖର୍ଚ ସମେତ ମହିଳାଙ୍କ ମୁଣ୍ଡ ପିଛା ୧୫୦୦ ,୨୦୦୦,୫୦୦ ୭୦୦ ଟଙ୍କା ଠକି ପାଖାପାଖି ୬ ଲକ୍ଷ ଟଙ୍କା ମାରି ନେଇଥିଲେ l ଏପରିକି ୫୦ ହଜାର ଟଙ୍କା ଋଣ ଖୁବ ଶୀଘ୍ର ଦିଆଯିବ କହି ବ୍ୟାଙ୍କ ପାସ ବୁକ ନମ୍ବର ନେଇ ଋଣ ମଂଜୁର ହୋଇଥିବାର ମେସେଜ ପଠାଇଥିବା ମହିଳା ମାନେ ପ୍ରକାଶ କରି ଖଲ୍ଲିକୋଟ ଥାନା ରେ ଏତଲା ଦିଆଯିବ ବୋଲି କ୍ଷତିଗ୍ରସ୍ତ ମହିଳା ଓ କଲଟେକ ଏମ ଡି ବିଶ୍ୱନାଥ ଦାଶ ସୂଚନା ଦେଇଛନ୍ତି

nis-ad
Leave A Reply

Your email address will not be published.