ଚୈତ୍ର ଦ୍ବିତୀୟ ମଙ୍ଗଳବାର : ଶ୍ୟାମଳାଇ ପୀଠ ଲୋକାରଣ୍ୟ, ଶତାଧିକ ଶିଶୁଙ୍କ ମୁଣ୍ଡନ


ହିଞ୍ଜିଳିକାଟୁ (୨୯/୩ ) : ଚୈତ୍ର ମାସ ୨ୟ ପାଳି ମଙ୍ଗଳବାର ଉପଲକ୍ଷେ ହିଞ୍ଜିଳିକାଟୁ ବ୍ଳକ ନୂଆଁ ବୁରୁପଡ଼ା ନିକଟସ୍ଥ ଶକ୍ତିପୀଠ ମା ଶ୍ୟାମଳାଇ ପୀଠରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ମଙ୍ଗଳବାର ଭୋରରୁ ମା’ଙ୍କ ମାର୍ଜଣା, ମଙ୍ଗଳଆଳତୀ, ସୂର୍ଯ୍ୟପୂଜା, ମଇଲମ ଓ ସମସ୍ତ ଦେବୀନୀତି ସମାପନ ପରେ ପୂଜାର୍ଚ୍ଚନା କରାଯାଇଥିଲା । ପରେ ମନ୍ଦିର ଦ୍ୱାର ଖୋଲା ଯାଇଥିଲା । ବହୁ ଦୁର ଦୂରାନ୍ତରରୁ ଭକ୍ତ ମାନେ ସୋମବାର ରତିରୁ ଆସି ମନ୍ଦିର ପରିସରରେ ଭିଡ଼ ଜମାଇଥିଲେ । ଦୂରଦୁରାନ୍ତରରୁ ଭକ୍ତ ମାନେ ସେମାବାର ରାତିରୁ ଆସି ମନ୍ଦିର ପରିସରରେ ଭିଡ଼ ଜମାଇବା ସହ ମନ୍ଦିର ପ୍ୱାଶ୍ୱର୍ରେ ମାନସିକ ଧାରୀ ମାନେ ନିଜ ନିଜ ଶିଶୁ ମାନଙ୍କୁ ମୁଣ୍ଡନ କରାଉଥିବାର ଦେଖିବାକୁ ମିଳିଥିଲା । ଏପରିକି ମନ୍ଦିର ପରିସରରେ ଭକ୍ତ ମାନଙ୍କ ଅସମ୍ଭବ ଭିଡ଼ ପରିଲିକ୍ଷିତ ହୋଇଥିଲା । ସହସ୍ରାଧିକ ଭକ୍ତଙ୍କ ଭିଡ଼ ଯୋଗୁଁ ଭକ୍ତମାନେ ମା’ଙ୍କ ଦର୍ଶନ ପାଇଁ ଦୀର୍ଘ ସମୟ ଧରି ଲମ୍ବା ଲାଇନରେ ଅପେକ୍ଷା କରିଥିବା ଦେଖିବାକୁ ମିଳିଥିଲା । ମନ୍ଦିର ଚର୍ତୁପ୍ୱାର୍ଶରେ ବିଭିନ୍ନ ରକମର ଖେଳଣା, ବାରମଜା, ଥଣ୍ଡାପାନୀୟ ଦୋକାନର ଅସ୍ଥାୟୀ ଦୋକାନ ବଜାର ମାନ ଗଢି ଉଠିଥିଲା । ଭକ୍ତ ମାନେ ନିଜ ନିଜ ପରିବାର ଓ ବନ୍ଧୁବର୍ଗଙ୍କ ସହ ମନ୍ଦିର ନିକଟରେ ଭୋଜିଭାତର ଆୟୋଜନ କରିଥିବାର ଦେଖିବାକୁ ମିଳିଥିଲା । ମନ୍ଦିର ପରିସରରେ ଛାଗବଳି ନିଷେଧ ରହିଥିବା ବେଳେ ମନ୍ଦିର ନିକଟରେ ଛାଗବଳି ପଡୁଥିବାରୁ ଦେଖିବାକୁ ମିଳିଛି, ଯଦ୍ୱାରା ବହୁ ଭକ୍ତଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ମନ୍ଦିର ପ୍ରଶାସନ ଓ ସ୍ୱେଛାସେବୀ ମାନଙ୍କ ପକ୍ଷରୁ ପାନୀୟ ଜଳ ବଣ୍ଟନ ଓ ସିଞ୍ଚନ କରାଯାଇଥିଲା ।

ମନ୍ଦିର ନିକଟସ୍ଥ ଅଞ୍ଚଳରେ ପାର୍କିଂର ସୁବ୍ୟବସ୍ଥା ନଥିବାରୁ ବହୁ ଦୁର ଦୂରାନ୍ତରରୁ ଭକ୍ତ ଓ ସର୍ମ୍ପକୀୟ ମାନେ ଆସିଥିବା ଯାତ୍ରୀବାହୀ ବସ୍, ମିନିବସ, କାର, ଅଟୋ ଓ ମୋଟର ସାଇକେଲ ଗୁଡିକ ୫୯ ନମ୍ବର ଜାତୀୟ ରାଜପଥ ପ୍ୱାର୍ଶ୍ବରେ ରହି ବହୁ ସମୟରେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା । ମଙ୍ଗଳବାର ଭୋରରୁ ହିଞ୍ଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ତତ୍ତ୍ୱାବଧାନରେ ଥାନା ଏଏସ.ଆଇ. ପ୍ରଦିପ କୁମାର ଜେନା ଓ ତାଙ୍କ ଟିମ୍ ମନ୍ଦିର ପରିସରରେ ପହଞ୍ଚି ଶାନ୍ତି ଶୃଙ୍ଖଳା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଥିଲେ । ଭକ୍ତ ମାନଙ୍କ ଭିଡ଼କୁ ଆଖି ଆଗରେ ରଖି ମନ୍ଦିର ପ୍ରଶାସନ ଏବଂ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଅନୁରୁପ ଭାବେ ସ୍ଥାନୀୟ ବ୍ଳକ ଖରିଡ଼ା ଗ୍ରାମରେ ଅଧିଷ୍ଠିତ ମା’ କରେଇଶୁଣୀଙ୍କ ପୀଠରେ ମଧ୍ୟ ଭକ୍ତ ମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ବହୁ ମାନସିକ ଧାରୀ ନିଜ ନିଜ ଶିଶୁଙ୍କ ମୁଣ୍ଡନ କରାଇବା ସହ ମନ୍ଦିର ଚର୍ତୁପାଶ୍ୱର୍ରେ ଭୋଜିଭାତର ଆୟୋଜନ କରିଥିବାର ଦେଖିବାକୁ ମିଳିଥିଲା । ସନ୍ଧ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ନିଜ ନିଜର କାର୍ଯ୍ୟ ଶେଷ କରି ଗ୍ରାମ ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିଥିଲେ ।

nis-ad
Leave A Reply

Your email address will not be published.