ଜିଲ୍ଲାସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି, ମହିଳା ଆରୋଗ୍ୟ ସମିତି ସମ୍ମିଳନୀ ଉଦ୍‌ଘାଟିତ

ଫୁଲବାଣୀ (୨୯/୦୩) : କନ୍ଧମାଳ ଜିଲ୍ଲା ସଦର ମହକୁମା ସ୍ଥିତ ଗାନ୍ଧୀ ସ୍ମୃତି ଭବନ ଠାରେ, ଜିଲ୍ଲା ସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତିର ସମ୍ମିଳନୀ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଳିକ ଏବଂ ଜିଲ୍ଲାପାଳ ଡାକ୍ତର ବୃଦ୍ଧା ଡି. ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ମନୋଜ କୁମାର ଉପାଧ୍ୟାୟଙ୍କ ଦ୍ବାରା ଉଦ୍‌ଘାଟିତ ହୋଇଯାଇଛି । ଉକ୍ତ ସମାରୋହରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମଞ୍ଜୁଳା ପ୍ରଧାନ, ଅତିରିକ୍ତ ଜନ ସ୍ବାସ୍ଥ୍ୟ ଅଧ୍ୟାକାରୀ (ପରିବାର କଲ୍ୟାଣ ) ଡାକ୍ତର ପ୍ରସନ୍ନ କୁମାର ତ୍ରିପାଠୀ, ଅତିରକ୍ତ ଜନସ୍ବାସ୍ଥ୍ୟ ଅଧିକାରୀ (ଭବିଡ଼ି) ଡାକ୍ତର ପ୍ରଭାକର ସାହୁ, ଅତିରକ୍ତ ଜନସ୍ବାସ୍ଥ୍ୟ ଅଧିକାରୀ (ରୋଗ ନିୟନ୍ତ୍ରଣ) ଡାକ୍ତର ବସନ୍ତ କୁମାର ପାତ୍ର, ଜିଲ୍ଲା ସ୍ବାସ୍ଥ୍ୟ ମିଶନ ପ୍ରକଳ୍ପ ପରିଚାଳକ ଶ୍ରୀଯୁକ୍ତ ମନୋରଞ୍ଜନ ସାହୁ, ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟ କ୍ରମରେ ଅନ୍ୟ ଜିଲ୍ଲାସ୍ତରୀୟ ଅଧ୍ୟାକାରୀ, ଜିଲ୍ଲା ଯୋଗାଯୋଗ ଅଧିକାରୀ ଧର୍ମେନ୍ଦ୍ର ତାଣ୍ଡି, ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ, ମହିଳା ସ୍ବାସ୍ଥ୍ୟ କର୍ମୀ, ଆଶା କର୍ମୀ, ଅଙ୍ଗନବାଡି କର୍ମୀ, ମହିଳା ସ୍ବ. ସ. ଗୋଷ୍ଠୀ ର ସଭ୍ୟାମାନେ, ମହିଳା ଆରୋଗ୍ୟ ସମିତିର ସଭ୍ୟାମାନେ, ୱାର୍ଡ ମେମ୍ବର, ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ମାନେ ଯୋଗ ଦେଇଥୋଲେ ।

ଉକ୍ତ ବୈଠକରେ ଜିଲ୍ଲାର ମାତୃ ଓ ଶିଶୁ ମୃତ୍ୟୁହାର ରୋକିବା ଏବଂ ସମସ୍ତ ରୋଗ ନିରାକରଣରେ ଆଶା ମାନଙ୍କର କାର୍ଯ୍ୟ ପ୍ରଶଂସନୀୟ, ସୁସ୍ଥ ଗାଁ ଓ ସୁସ୍ଥ ପଞ୍ଚାୟତ ଗଠନରେ ଅଙ୍ଗନବାଡି କର୍ମୀ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଅବଦାନ ଅତୁଳନୀୟ ବିଷୟରେ ଆଲୋକପାତ ହୋଇଥିଲା । ସମସ୍ତ ଅତିଥ୍‌ଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା କନ୍ଧମାଳ ଜିଲ୍ଲାର ସ୍ବାସ୍ଥ୍ୟ ପରିସଙ୍ଖ୍ୟାନକୁ ସାରା ଭାରତରେ ପରିଚିତ କରିବା ଏବଂ ରାଜ୍ୟରେ ଏକ ନମ୍ବର କରିବା । ଜିଲ୍ଲାରେ ସର୍ବୋତ୍ତମ ଆଶା ଭାବେ ବାଲିଗୁଡା ବ୍ଲକର ମେଳସିକିଆ ଆଶା ପ୍ରୀତିମଞ୍ଜରୀ ମଲିକ ଓ ଟିକାବାଲି ବ୍ଲକର ଟେଙ୍ଗେଡାପଥର ଆଶା ନନ୍ଦିନୀ ପ୍ରଧାନ ପ୍ରଥମ ସ୍ଥାନ, ଦାରଙ୍ଗିବାଡି ବ୍ଳକର ଆଲିମହା ଆଶା ଲବଲି ପ୍ରଧାନ ଦିତୀୟ ସ୍ଥାନ ଓ କୋଟଗଡ ବ୍ଳକ ବଣ୍ଡାପିପିଲି ଆଶା ସୁରଭି ଲିମା ତୃତୀୟ ସ୍ଥାନ ଅଧିକାର କରିଥିବାରୁ ମୁଖ୍ୟ ଅତିଥ୍ ଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ । ପ୍ରତ୍ୟକ ବ୍ଲକ ର ଗୋଟିଏ ଗୋଟିଏ ଗାଁ କଲ୍ୟାଣ ସମିତି (ମାଶିରୀପଡା, କମ୍ବାରିକିଆ, ସାଇନିପଡା ବଡଗାଁ, ବାଙ୍ଗେସିଗୁଡା , ବଡିଙ୍ଗିଆ, ବେନକେରା, ରାଇପବ୍ଲି, ତେନ୍ତୁଳିଗୁଡା , ଗ୍ଳାନିକେତା ,ଦୁଗୁଡା,ଚକାପାଦ ଗାଁ କଲ୍ୟାଣ ସମିତି) ଓ ୭ ଟି ମହିଳା ଆରୋଗ୍ୟ ସମିତି ( ନଦିଖଣ୍ଡି ସାହି, ପିଅନପଡା, ଡାକପାଲା, ଡାମି ଗାଁ, ମୁଣ୍ଡିଆସାହି, ଝାଙ୍କର ସାହି, ମାଷ୍ଟର ପଡା) ସୁସ୍ଥ ସମାଜ ଗଠନରେ ଗୋଷ୍ଠୀ ସହଭାଗୀତା ରେ ପୁରସ୍କୃତ ହୋଇଥିଲେ । ଗର୍ଭବତୀ ମହିଳା କୁ ନିଜର ରକ୍ତ ଦେଇ ଜୀବନ ଦାନ କରିଥିବାରୁ ଫିରିଙ୍ଗିଆ ଆଶା ଲଲିତା ସାହୁଙ୍କୁ ସ୍ବତନ୍ତ୍ର ଭାବେ ପୁରସ୍କୃତ କରାଯାଇଥିଲା । ପରିଶେଷରେ ଆଶା ମାନଙ୍କ ଦ୍ବାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମ ରେ ମାତୃ ଓ ଶିଶୁ ସ୍ବାସ୍ଥ୍ୟ ପରିଚାଳକ ଆଶିଷ କୁମାର ମହାନ୍ତି, ଆଶା ପରିଚାଳକ ଶ୍ରୀମତୀ ଯଶସ୍ଵିନୀ ସାହାଣୀ, ରାଷ୍ଟ୍ରୀୟ ବାଲ ସ୍ଵାସ୍ଥ୍ୟ କାର୍ଯ୍ୟକ୍ରମ ପରିଚାଳକ ସୁଧାଂଶୁ ଶେଖର ପ୍ରଧାନ ତଥ୍ୟ ପରିଚାଳକ ଶ୍ରୀଯୁକ୍ତ ପ୍ରେମଜିତ ତ୍ରିପାଠୀ , ଗୁଣବତା ପରିଚାଳକ ଶ୍ରୀଯୁକ୍ତ ଦୁଷ୍ମନ୍ତ ସୁତାର, ଇଉନିସେଫ ପରାମର୍ଶଦାତା ଡାକ୍ତର ଶୁଭକାନ୍ତ ବେହେରା, ନରେନ୍ଦ୍ର, ଦୀପ୍ତି, ଦଧୂମନ, ଶଶାଙ୍କ, ଟୁକୁନା,ଜୟକୃଷ୍ଣ, ଶିବପ୍ରସାଦ, ଅନୁ, ଅମିତ, ଶୁଭଶ୍ରୀ, ସୁଶାନ୍ତ, ଜଗନ୍ନାଥ, ଦିପ୍ତିରଞ୍ଜନ, ରାଜେନ୍ଦ୍ର, କୁମୁଦ ଆଦି ଉଭୟ ବ୍ଳକ ଓ ଜିଲ୍ଲାର ସ୍ବାସ୍ଥ୍ୟ ମିଶନ କର୍ମକର୍ତା ସଂଯୋଜନା କରିବା ସହ ସାହାଯ୍ୟ କରିଥିଲେ ।

nis-ad
Leave A Reply

Your email address will not be published.