୫୯ ତମ ଜାତୀୟ ରାଜନୀତି ବିଜ୍ଞାନ ଅଧିବେଶନରେ ପ୍ରଫେସର ବିଷ୍ଣୁ ଚରଣ ଚୌଧୁରୀଙ୍କୁ ଜାତୀୟ ସମ୍ମାନ

ବ୍ରହ୍ମପୁର : ଭାରତ ଉତ୍ତର ପୂର୍ବ ଅଞ୍ଚଳ ମେଘାଳୟ ଠାରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ଦ୍ଵିଦିବସୀୟ ୫୯ ତମ ଜାତୀୟ ରାଜନୀତି ବିଜ୍ଞାନ ମହା ଅଧିବେଶନରେ ବିଶିଷ୍ଟ ରାଜନୀତି ବିଜ୍ଞାନ ପ୍ରଫେସର ବିଷ୍ଣୁ ଚରଣ ଚୌଧୁରୀ ଙ୍କୁ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଜୀବନ ବ୍ୟାପୀ ସାଧନା ପାଇଁ ବରିଷ୍ଠ ରାଜନୀତି ବୈଜ୍ଞାନିକ ସମ୍ମାନ ୨୦୧୯ ପ୍ରଦାନ କରାଯାଇଛି । ୨୬ ଓ ୨୭ ମାର୍ଚ୍ଚ ଦୁଇ ଦିନ ଧରି ଭାରତୀୟ ରାଜନୀତି ବିଜ୍ଞାନ ସଂଘ ଓ ବିଜ୍ଞାନ ବୈଷୟିକ ବିଶ୍ଵ ବିଦ୍ୟାଳୟ ମେଘାଳୟ ଦ୍ଵାରା ମିଳିତ ଭାବେ ଆୟୋଜନ ହୋଇ ଥିବା ଏହି ଅଧିବେଶନ ରେ ସାରା ଭାରତରୁ ନ ଶହ ପ୍ରତିନିଧି ଯୋଗଦାନ କରିଥିଲେ । ଦୁଇ ଦିନ ଧରି ଅନୁଷ୍ଠିତ କାର୍ଯ୍ୟ କ୍ରମ ରେ ମେଘାଳୟ ଜ୍ଞାନ ଓ ବୈଷୟକ ବିଶ୍ଵ ବିଦ୍ୟାଳୟ ର କୁଳପତି ପ୍ରଫେସର ଗୌରୀ ଦତ୍ତ ଶର୍ମା ସ୍ୱାଗତ ଭାଷଣ ଦେଇଥିଲେ। ପ୍ରଫେସର ସଞ୍ଜୀବ ଶର୍ମା ମହାତ୍ମା ଗାନ୍ଧୀ କେନ୍ଦ୍ରୀୟ ବିଶ୍ଵ ବିଦ୍ୟାଳୟ ମୋତି ହରୀ କୁଳପତି ବିବରଣୀ ପାଠ କରିଥିଲେ। ପ୍ରଫେସର ଜୟନ୍ତ କୁମାର ମହାପାତ୍ର ବ୍ରହ୍ମପୁର ବିଶ୍ଵ ବିଦ୍ୟାଳୟ ପ୍ରାକ୍ତନ କୁଳପତି ସମ୍ମାନିତ ଅତିଥି ଭାବେ ଉଦବୋଧନ ଦେଇଥିଲେ। ଆର୍ ତାଣ୍ଡବନ ବନ୍ ଭାରତ ରାଜନୀତି ବିଜ୍ଞାନ ସଂଘ ର ପ୍ରାକ୍ତନ ସଭାପତି ତଥା ମନ୍ଦ୍ରଜ ବିଶ୍ଵ ବିଦ୍ୟାଳୟ ପ୍ରାକ୍ତନ କୁଳ ପତି ଉଦ୍ଘାଟନ ଭାଷଣ ପ୍ରଦାନ କରି ଥିଲେ |
ଦିଲ୍ଲୀ ଜବାହର ଲାଲ ନେହେରୁ ବିଶ୍ୱବିଦ୍ୟାଳୟ ର କୁଳପତି ତଥା ରାଜନୀତି ବିଜ୍ଞାନ ସଂଘ ସଭାପତି ଶାନ୍ତିଶ୍ରୀ ଧୁଲୀପୁଡି ପଣ୍ଡିତ ସଭାପତିତ୍ବ ଭାଷଣ ପ୍ରଦାନ କରିଥିଲ ବିଜ୍ଞାନ ଓ ବୈଷୟିକ ବିଶ୍ଵ ବିଦ୍ୟାଳୟ ମେଘାଳୟ ର କୁଳାଧିପତି ମାହାବୁବୁଲ୍ ହକ୍ ପ୍ରଫେସର ବିଷ୍ଣୁ ଚରଣ ଚୌଧୁରୀ ଙ୍କୁ ସନନ୍ଦ ପତ୍ର ସାଲ୍ ତଥା ପୁରସ୍କାର ରାଶି ସହ ଜାତୀୟ ରାଜନୀତି ବୈଜ୍ଞାନିକ ସମ୍ମାନ ପ୍ରଦାନ କରି ଥିଲେ। ଏହି ସମ୍ମାନ ପ୍ରଦାନ ପ୍ରତ୍ୟେକ ଓଡ଼ିଆ ଙ୍କ ପାଇଁ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପାଇଁ ଗୌରବ। ଜଣେ ବିଚକ୍ଷଣ ରାଜନୀତି ବିଜ୍ଞାନ ପ୍ରଫେସର୍ ବିଷ୍ଣୁ ଚରଣ ଚୌଧୁରୀ ଦେଶ ର ବିଭିନ୍ନ ବିଶ୍ଵ ବିଦ୍ୟାଳୟ ରେ ଜାତୀୟ ଆଲୋଚାଚକ୍ରରେ ଅଧ୍ୟକ୍ଷତା କରନ୍ତି ଏବଂ ଦୀର୍ଘ ବକ୍ତୃତା ପ୍ରଦାନ କରି ଛାତ୍ର ଛାତ୍ରୀ ଙ୍କ ପ୍ରିୟ ଭାଜନ ହୋଇଛନ୍ତି।
ଏହି ସମ୍ମାନ ପାଇବା ସୁଖଦ ସମାଚାର ଶୁଣି ପ୍ରଫେସର ବିଷ୍ଣୁ ଚରଣ ଚୌଧୁରୀ ଙ୍କୁ ବିଭିନ୍ନ ଅନୁଷ୍ଠାନ ଶିକ୍ଷା ବିତ ସାହିତ୍ୟିକ ଓ ଛାତ୍ର ଛାତ୍ରୀ ଅଭିନନ୍ଦନ ଜଣାଇଛନ୍ତି। ପ୍ରଫେସର ବିଷ୍ଣୁ ଚରଣ ଚୌଧୁରୀଙ୍କୁ ଫଲଗୁ ସାହିତ୍ୟ ସଂସଦର କାର୍ଯ୍ୟକାରୀ ସଭାପତି ପ୍ରଫେସର ମେଜର ରମାରମଣ ପାଢ଼ୀ, ସାଧାରଣ ସମ୍ପାଦକ ଡାକ୍ତର ସାଗର ରଞ୍ଜନ ତ୍ରିପାଠୀ, ଉପଦେଷ୍ଟ ଅବସର ପ୍ରାପ୍ତ ଜିଲ୍ଲା ଜଜ ଅବନୀ ରଞ୍ଜନ ଦାସ, ଡ ଦାଶରଥି ଭୂୟାଁ, ଡ ଶରତ ଜେନା, ପ୍ରଫେସର୍ ସନ୍ତୋଷ କୁମାର ଦାସ, ପ୍ରାଧ୍ୟାପକ ମୋହନ ପଟ୍ଟନାୟକ, ଡ ଶ୍ରୀକାନ୍ତ କୁମାର ମହାପାତ୍ର, ଡ ଲକ୍ଷ୍ମୀ କାନ୍ତ ପଟ୍ଟନାୟକ, ଶ୍ରୀ ପ୍ରକାଶ ଚନ୍ଦ୍ର ମହାପାତ୍ର, ଡ ବ୍ରଜ ମୋହନ ଶାସାମଲ , ଦୀନବନ୍ଧୁ ଶ୍ରୀ ପଲ୍ଲବ କବି ସୁଖେନ୍ଦୁ ଦାସ କବି କୃଷ୍ଣ ଚନ୍ଦ୍ର ତ୍ରିପାଠୀ ଡ଼ ମନୋରମା ଦାସ ଡ ରଚନା ପାଢ଼ୀ ପ୍ରଫେସର ବଳ ଭଦ୍ର ତ୍ରିପାଠି , ଶ୍ରୀ ଯୁକ୍ତ କୁଳ ମଣି ଓଝା ପ୍ରଫେସର ଗୌରୀ ଶଙ୍କର ତ୍ରିପାଠି, ପ୍ରଫେସର ଡ ନିଖିଳାନନ୍ଦ ପାଣଗ୍ରାହୀଙ୍କ ସମେତ ଶତାଧିକ ଶୁଭେଛୁ ପ୍ରଫେସର ଚୌଧୁରୀଙ୍କୁ ଶୁଭେଚ୍ଛା ଜଣାଇ ଛନ୍ତି। ଏହି ଅଧିବେଶନ ରେ ଓଡ଼ିଶା ରୁ ଅନେକ ରାଜ ନୀତି ବିଜ୍ଞାନ ଅଧ୍ୟାପକ ପ୍ରଫେସର୍ ଓ ଗବେଷକ ଯୋଗ ଦାନ କରି ଥିଲେ

nis-ad
Leave A Reply

Your email address will not be published.