ଜଗନ୍ନାଥପ୍ରସାଦ ବ୍ଲକ ଅଧ୍ୟକ୍ଷା ଏବଂ ଉପାଧ୍ୟକ୍ଷଙ୍କ ଦାୟିତ୍ବ ଗ୍ରହଣ


ଭଞ୍ଜନଗର : ଭଞ୍ଜନଗର ନିର୍ବାଚନମଣ୍ଡଳୀ ଅଧିନସ୍ଥ ଜଗନ୍ନାଥ ପ୍ରସାଦ ବ୍ଲକର ଅଧ୍ୟକ୍ଷା ଭାବେ ଶ୍ରୀମତୀ ଜୟଶ୍ରୀ ସାହୁ ଏବଂ ଉପାଧ୍ୟକ୍ଷ ଭାବେ ଶ୍ରୀଯୁକ୍ତ ରଂଜିତ ପତ୍ର ଆଜି ବିଧିବଦ୍ଧ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ।ଏହି କାର୍ଯ୍ୟାକ୍ରମେ ବ୍ଲକର ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ,ସଭ୍ୟା ଏବଂ ବହୁ ସମର୍ଥକ ଦୁହିଁଙ୍କୁ ଉପଢ଼ଉଙ୍କଣ ଓ ପୁଷ୍ପମାଲ୍ୟ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ପରିଶେଷରେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଜୟଶ୍ରୀ ସାହୁ ଏବଂ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ରଂଜିତ ପତ୍ର ମାନ୍ୟବର ଜଙ୍ଗଲ ପରିବେଶ ଜଳବାୟୁ ପରିବର୍ତନ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ ଙ୍କ ସମେତ ବ୍ଲକ ର ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ,ସଭ୍ୟା ବରିଷ୍ଠ ନେତୃ ମଣ୍ଡଳୀ ମାନଂକୁ ଧନ୍ୟବାଦ ଓ କୃତଜ୍ଞତ ଜ୍ଞାପନ କରିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏବଂ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ ଙ୍କ ନୀତି ଓ ଆଦର୍ଶକୁ ପାଥେୟ କରି ଜଗନ୍ନାଥ ପ୍ରସାଦ ବ୍ଲକ ର ପ୍ରତ୍ୟେକ ବର୍ଗର ଜନସାଧାରଣଙ୍କ ସେବା ଦିଗରେ ନିଜକୁ ସମର୍ପିତ କରିବି ବୋଲି ଅଧ୍ୟକ୍ଷା ଶ୍ରୀମତୀ ଜୟଶ୍ରୀ ସାହୁ ନିଜର ବକ୍ତବ୍ୟ ରଖି ଥିଲେ।

nis-ad
Leave A Reply

Your email address will not be published.