୧୨ ଦଫା ଦାବି ନେଇ ଟ୍ରେଡ୍ ୟୁନିଅନ ପକ୍ଷରୁ ଦେଶ ବ୍ୟାପି ଧର୍ମଘଟରେ ବଣେଇରେ ଆଂଶିକ ପ୍ରଭାବ…


ରାଉରକେଲା ;ଦୁଇ ଦିନିଆ ଭାରତ ବନ୍ଦ ରେ ବଣାଇ ଅଂଚଳରେ ଆଂଶିକ ପ୍ରଭାବ ଦେଖିବାକୁ ମିଳିଛି, ଟ୍ରେଡ଼ ୟୁନିୟନ ତରଫରୁ ପଟାସାହି, ବିମଳାଗଡ଼, ରକ୍ସି ଠାରେ ଟ୍ରେନ କୁ ଅଟକାଇ ଥିବା ବେଳେ ଜାତୀୟ ରାଜପଥ ୧୪୩,୫୨୦ ଓ ଲହୁଣୀପଡା , ଖୁଣ୍ଟୁଗାଁ, ନରେନ୍ଦ୍ର ଗୋପନା ପ୍ରଭୃତି ରାସ୍ତା କୁ ଅବରୋଧ କରିଥିବା ଦେଖି ବାକୁ ମିଳିଥିଲା । ୨ ଦିନ ପାଇଁ ଭାରତ ବନ୍ଦ ଡାକରା ଦିଆଯାଇଛି। କେନ୍ଦ୍ର ସରକାରଙ୍କ ନୀତିକୁ ବିରୋଧ କରି କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ସଂଗଠନ ଦେଶବ୍ୟାପୀ ଏହି ବନ୍ଦ ଡାକରା ଦେଇଛି। ଏହି ଆନ୍ଦୋଳନରେ ସର୍ବ ଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ ସାମିଲ ହେବା ପାଇଁ ନିଷ୍ପତ୍ତ ନେଇଛି। ପବ୍ଲିକ୍‌ ସେକ୍ଟର ବ୍ୟାଙ୍କ ଗୁଡ଼ିକୁ ଘରୋଇକରଣ ଓ Banking Laws Amendment Bill 2021କୁ ବିରୋଧ କରି ବ୍ୟାଙ୍କ ସଂଘ ଗୁଡ଼ିକ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି। କେନ୍ଦ୍ର ସରକାରଙ୍କ କୃଷକ ମାରଣ, ଜନ ବିରୋଧୀ ଓ ରାଷ୍ଟ୍ର ବିରୋଧୀ ନୀତି, ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ଅହେତୁକ ଦରବୃଦ୍ଧି, ଇପିଏଫଧାରୀଙ୍କୁ ଜମା ଉପରେ ସୁଧହାର ହ୍ରାସ ବିରୋଧରେ ଏହି ବନ୍ଦ ଡାକରା ଦିଆଯାଇଛି। ବ୍ୟାଙ୍କ ୟୁନିୟନ, ନିର୍ମାଣ ଶ୍ରମିକ, ବିଜୁଳି କର୍ମଚାରୀ, ଟ୍ରାନ୍ସପୋର୍ଟ କର୍ମଚାରୀ ସଂଘ ବନ୍ଦ ଡାକରାକୁ ସମର୍ଥନ ଜଣାଇଛନ୍ତି। ଏହାସହ କୋଇଲା, ଷ୍ଟିଲ୍‌, ତୈଳ, ଡାକ, ଦୂରସଂଚାର, ଆୟକର ବିଭାଗ ଇତ୍ୟାଦି ସେକ୍ଟରରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ମଧ୍ୟ ଆନ୍ଦୋଳନକୁ ସମର୍ଥନ ଜଣାଇ ୨ ଦିନିଆ ଭାରତ ବନ୍ଦରେ ସାମିଲ ହୋଇଛନ୍ତି।

nis-ad
Leave A Reply

Your email address will not be published.