ଛତ୍ରପୁର ଏନଏସି ଅଧ୍ୟକ୍ଷା ହେଲେ ଭାଜପାର ଶର୍ମିଷ୍ଠା ପ୍ରଧାନ

ଛତ୍ରପୁର:ଛତ୍ରପୁର ଏନଏସି ଅଧ୍ୟକ୍ଷା ଭାବେ ଭାଜପା ର ଶର୍ମିଷ୍ଠା ପ୍ରଧାନ ନିର୍ବାଚିତ ହୋଇଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡି ର ଟି.ଲକ୍ଷ୍ମୀଙ୍କ ଠାରୁ ୮୧୮ ଅଧିକ ଭୋଟ ପାଇ ବିଜୟୀ ହୋଇଛନ୍ତି । ଭାଜପା ପ୍ରାର୍ଥିନୀ ଶର୍ମିଷ୍ଠା ୬୦୯୫ ଭୋଟ ପାଇଥିବାବେଳେ ବିଜେଡି ର ପ୍ରାର୍ଥିନୀ ଲକ୍ଷ୍ମୀ ୫୨୭୭ ଭୋଟ, କଂଗ୍ରେସ ର ପ୍ରାର୍ଥିନୀ ଜି.ପାର୍ବତୀ ୨୦୫ ଭୋଟ ପାଇଛନ୍ତି ଏବଂ ନୋଟାରେ ୧୧୩ ଭୋଟ ପଡିଛି । ୧୪ ଟି ୱାର୍ଡ କାଉନସିଲର ପଦବୀ ମଧ୍ୟରୁ ବିଜେଡି ୧୦, ଭାଜପା ୩ ଓ ଗୋଟିଏ ରେ ସ୍ୱାଧିନ ପ୍ରାର୍ଥି ବିଜୟୀ ହୋଇଛନ୍ତି ଏବଂ କଂଗ୍ରେସ ଖାତା ଖୋଲି ପାରିନି । କାଉନସିଲର ଭାବେ ୧ ନଂ ୱାର୍ଡ ରେ ଭାଜପା ର ଟି.ଗଣେଷ ରେଡ୍ଡୀ, ୨ ନଂ ୱାର୍ଡରେ ଭାଜପା ର ଅମରେଶ ମହାରଣା, ୩ ନଂ ୱାର୍ଡରେ ବିଜେଡି ର ମାମା ସେଠୀ, ୪ ନଂ ୱାର୍ଡରେ ବିଜେଡି ର ଜି.ପାପା ରାଓ, ୫ ନଂ ୱାର୍ଡରେ ବିଜେଡି ର ଡି.ଇନ୍ଦୁ, ୬ ନଂ ୱାର୍ଡରେ ବିଜେଡି ର ମମତା ପାତ୍ର, ୭ ନଂ ୱାର୍ଡରେ ବିଜେଡି ର ଏମ୍ ୱାଣୀ ସେନାପତି, ୮ ନଂ ୱାର୍ଡରେ ବିଜେଡି ର କେ.ରମେଶ ରାଓ, ୯ ନଂ ୱାର୍ଡରେ ବିଜେଡି ର ପ୍ରିିତିଛନ୍ଦା ସାମଲ, ୧୦ ନଂ ୱାର୍ଡରେ ସ୍ୱାଧିନ ଭାବେ ଦେବାଶିଷ ମିଶ୍ର, ୧୧ ନଂ ୱାର୍ଡରେ ବିଜେଡି ର ସନ୍ତୋଷୀ ସେଠୀ, ୧୨ ନଂ ୱାର୍ଡରେ ବିଜେଡି ର ବି.ନିଶ୍ଚଳା, ୧୩ ନଂ ୱାର୍ଡରେ ବିଜେଡି ର ସୁମନ୍ତ କୁମାର ନାହାକ, ୧୪ ନଂ ୱାର୍ଡରେ ଭାଜପା ର ଏମ୍.ଅରୁନ୍ଧତୀ ନିର୍ବାଚିତ ହୋଇଛନ୍ତି ।

nis-ad
Leave A Reply

Your email address will not be published.