ରମ୍ଭା ସହରରେ ବିଜେପିର ବିଶାଳ ବିଜୟଶୋଭାଯାତ୍ରା !


ରମ୍ଭା ସହର ବିଜେପି ର ପୂର୍ଣ୍ଣଦଖଲରେ !

ରମ୍ଭା : ରମ୍ଭା ସହରରେ ବିଜେପିର ବିଶାଳ ଶୋଭାଯାତ୍ରା ସହ ବିଜୟର ବାନା ଉଡ଼ାଇ କର୍ମୀମାନେ ଆତସବାଜି ଓ କଷା ରଙ୍ଗର ଫଗୁ ଖେଳିଛନ୍ତି, ଯାହା ଫଳରେ ରମ୍ଭା ସହର ଖୁସିର ପର୍ବରେ ଆନନ୍ଦର ହୋ ହାଲ୍ଲାରେ ସହର ପ୍ରକମ୍ପିତ ହୋଇ ଉଠିଥିଲା। ଗଞ୍ଜାମ ଜିଲ୍ଲାର ଐତିହାସିକ ରମ୍ଭା ସହରରେ ବିଜେପି ଦଳ ପକ୍ଷରୁ ଚେୟାରମ୍ୟାନ ପ୍ରାର୍ଥୀନୀ ଶ୍ରୀମତୀ ମାନସୀ ସ୍ୱାଇଁ ବିପୁଳଭୋଟରେ ବିଜୟଲାଭ କରିଛନ୍ତି । ଶ୍ରୀମତୀ ସ୍ୱାଇଁ ୩ ହଜାର ୯୧୩ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ କୁମାରୀ ବିଶ୍ୱାଳ ୨ହଜାର ୯ଶହ୧୯ଭୋଟ ପାଇ ହରିଯାଇଛନ୍ତି ।
ରମ୍ଭା ସହରରେ ବିଜେପି ର ପୂର୍ଣ୍ଣଦଖଲକୁ ଆସିଗଲା । ରମ୍ଭା ଏନ୍.ଏ.ସି.ରେ ସର୍ବମୋଟ ୧୩ ଟି ୱାର୍ଡ ରହିଥିବା ବେଳେ ତନ୍ମଧ୍ୟରୁ ୯ ଟି ୱାର୍ଡରେ ବିଜେପି ଦଖଲକୁ ଆସିଥିବାଜଣାଯାଇଛି । ସେମାନେ ହେଲେ ଡଲିବେହେରା(୨),ଜୟନ୍ତୀ ଗୌଡ଼(୩)କୁମାରୀ ଜାନୀ (୪),ବନ୍ଦନା ଗୌଡ଼(୫),ମଞ୍ଜୁଳା ସେଠୀ(୭),ସରୋଜିନୀ ସେନାପତି(୮),ଅଭିନାଥ ବେହେରା(୯),ସୁବାସ ଚନ୍ଦ୍ର ବେହେରା(୧୦),କାଳିଆ ତରାଇ(୧୧) ପ୍ରମୁଖୱାର୍ଡ ପକ୍ଷରୁ ବିଜେପି ପ୍ରାର୍ଥୀଙ୍କ ବାଜିମାତ ହୋଇଛି ।
୧ନମ୍ବର ୱାର୍ଡରେ ସାଗର କୁମାର ନାହାକ,୬ନମ୍ବର ୱାର୍ଡରେ ସମରସେନା ପଣ୍ଡା ଏହି ଦୁଇଟି ୱାର୍ଡ ବିଜେଡି କୁ ମିଳିଛି ଏବଂ ୧୨ନମ୍ବର ୱାର୍ଡରେ କ୍ଷେତ୍ରମୋହନ ବେହେରା ସିପିଆଇ ଏବଂ ସିପିଆଇ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀନୀ ଜ୍ୟୋସ୍ନାରାଣୀବେହେରା ବିଜୟ ଲାଭ କରିଛନ୍ତି ।

nis-ad
Leave A Reply

Your email address will not be published.