ଏହି ବିଜୟ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ରାଜ୍ୟର ଲୋକମାନଙ୍କର ଥିବା ଭଲପାଇବାର ପ୍ରତିଫଳନ : ପ୍ରଣବ ପ୍ରକାଶ ଦାସ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପରି ପୌର ନିର୍ବାଚନରେ ବି ବିଜେଡ଼ିକୁ ବିପୁଳ ଜନସମର୍ଥନ ମିଳିଛି । ରାଜ୍ୟର ୯୦ ପ୍ରତିଶତରୁ ଅଧିକ ପୌରାଞ୍ଚଳରେ ବିଜେଡି ସଂଖ୍ୟାଗରିଷ୍ଠତା ହାସଲ କରିଛି । ୧୦୮ଟି ପୌରାଞ୍ଚଳରୁ ୭୬ଟି ପୌରାଞ୍ଚଳରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଦଳ ୭୩ଟି ପୌରାଧ୍ୟକ୍ଷ ପଦ ହାସଲ କରିଥିବା ବେଳେ ୩ ମହାନଗର ନିଗମ ମେୟର ପଦ ମଧ୍ୟ ବିଜେଡି ହାତକୁ ଯାଇଛି।

ଆଉ ଏହାକୁ ନେଇ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।

ବିଜେଡିର ଏହି ବିପୁଳ ବିଜୟ ପରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଟ୍ବିଟ କରି ଖୁସିବ୍ୟକ୍ତ କରିବା ସହ ରାଜ୍ୟବାସୀ ଏବଂ ବିଜେଡି ଦଳର କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଥି ସହିତ ବିଜେଡିର ପୌର ନିର୍ବାଚନରେ ବିପୁଳ ବିଜୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ରାଜ୍ୟବାସୀଙ୍କର ଥିବା ଭଲ ପାଇବାର ପ୍ରତିଫଳନ ବୋଲି ଶ୍ରୀ ଦାସ କହିଛନ୍ତି।

ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଟ୍ବିଟ କରି ଲେଖିଛନ୍ତି ‘ପୌର ନିର୍ବାଚନରେ ବିଜୁ ଜନତା ଦଳକୁ ବିପୁଳ ସମର୍ଥନ ଦେଇଥିବାରୁ ଓଡ଼ିଶାବାସୀଙ୍କ ସମେତ ନିଷ୍ଠାପର ଉଦ୍ୟମ କରିଥିବା ସମସ୍ତ କର୍ମୀ ଭାଇଭଉଣୀଙ୍କୁ ମୋର ଧନ୍ୟବାଦ ଓ ଶୁଭେଚ୍ଛା ଜଣାଉଛି। ଏହି ବିଜୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଥିବା ଲୋକମାନଙ୍କ ଭଲପାଇବାର ପ୍ରତିଫଳନ।ବିଜେଡିର ଜଣେ ସକ୍ରିୟ କର୍ମୀ ଭାବେ ମୁଁ ନିଜକୁ ଧନ୍ୟ ମନେ କରୁଛି। ବିଜେଡି ୯୫ଟି ପୌର ପରିଷଦ ଗଠନ କରିବାକୁ ଯାଉଥିବା ବେଳେ ପୌରାଧ୍ୟକ୍ଷ ଭାବେ ୭୬%ରୁ ଅଧିକ ଆସନରେ ବିଜୟୀ ହୋଇଛି। ଏହି ବିଜୟ ଦ୍ୱାରା ଓଡ଼ିଶାବାସୀଙ୍କ ସେବା ଓ ଉନ୍ନତି ପାଇଁ କାମ କରିବାର ସଙ୍କଳ୍ପ ଆମର ଆହୁରି ଦୃଢ଼ ହୋଇଛି। ‘

nis-ad
Leave A Reply

Your email address will not be published.