କୋଦଳାରେ ବିଜେଡ଼ି ଗଡ଼ରେ ଫୁଟିଲା ପଦ୍ମ…

କୋଦଳା : କୋଦଳା ପୌର ନିର୍ବାଚନ ଫଳାଫଳ ଘୋଷିତ ହୋଇଛି । ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ରେ ବିଜେପିର ବୃହତ୍ତ ବିଜୟ ହୋଇଛି । ଅଧ୍ୟକ୍ଷ ପଦବୀ ସମେତ ୮ ଟି ୱାର୍ଡର କାଉନସିଲର ପଦବୀ ବିଜେପି ଖାତାକୁ ଯାଇଛି । କୋଦଳାରେ ବିଜେପିର ଏକ ପାଖୁଆ ବିଜୟୀ ହୋଇଛି । ଅଧ୍ୟକ୍ଷ ପ୍ରାର୍ଥୀ ଭାବେ ମୈଦାନରେ ରହିଥିବା ସୂର୍ଯ୍ୟ ନାରାୟଣ ନାୟକ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ବିଜେଡିର ଭାରତୀ ଗୌଡ଼ଙ୍କ ଠାରୁ ୨୫୭୨ ଭୋଟ୍ ଅଧୁକ ଭୋଟ ପାଇ ବିଜୟୀ ହୋଇଛନ୍ତି।

ସେହିପରି କୋଦଳା ଏନଏସି ର ୧୧ ନମ୍ବର ୱାର୍ଡର ସ୍ବାଧୀନ ପ୍ରାର୍ଥୀ ଭାବେ ସାମ୍ବାଦିକ ଭଗବାନ ପାଢ଼ୀ ୪୦ ଖଣ୍ଡ ଭୋଟ୍ ଖଣ୍ଡ ଭୋଟ୍ ଅଧୁକ ପାଇ ବିଜୟୀ ହୋଇଛନ୍ତି । ସେହିପରି ବିଜେଡି ୩ ଟି ୱାର୍ଡରେ କାଉନସିଲର ବିଜୟୀ ହୋଇଥିବା ବେଳେ ଗୋଟିଏ ୱାର୍ଡରୁ ଅପ୍ରତିଦ୍ବନ୍ଦୀ ଭାବେ ଜଣେ ପ୍ରାର୍ଥୀନୀ ବିଜୟୀ ହୋଇଛନ୍ତି । ତେବେ କୋଦଳା ଏନଏସି ବିଜେଡିର ଗଡ଼ କୁହାଯାଉଥିବା ବେଳେ ଚଳିତ ପୌର ନିର୍ବାଚନରେ ବିଜେପିର ଏକ ପାଖୁଆ ବିଜୟକୁ ନେଇ ବିଜେପି ନେତା ଓ କର୍ମୀ ମନେ ଖୁସି ବ୍ୟକ୍ତ କରିଛନ୍ତି ।

nis-ad
Leave A Reply

Your email address will not be published.