ଆଦିବାସୀ ଜନସାଧାରଣଙ୍କୁ ମାକ୍ସ ଏବଂ ସାନିଟାଇଜର ପ୍ରଦାନ


ଫୁଲବାଣୀ : ଜବାହାର ନବୋଦୟ ବିଦ୍ୟାଳୟ, ଫୁଲବାଣୀ ଏବଂ ଗରୀବ ସାଥି ଫାଉଣ୍ଡେସନ ର ମିଳିତ ସହଯୋଗ ରେ ଫୁଲବାଣୀ ବ୍ଲକ ଅନ୍ତର୍ଗତ ପୁନ୍ଦାଲି ଗ୍ରାମରେ ଥିବା ପ୍ରାୟ ୧୫୦ ଜଣଙ୍କୁ ଆଜି ମାକ୍ସ ଏବଂ ସାନିଟାଇଜର ପ୍ରଦାନ କରାଯାଇଛି।
ଜବାହାରଲାଲ ନବୋଦୟ ବିଦ୍ୟାଳୟ ର ଅଧ୍ଯକ୍ଷ ଶ୍ରୀଯୁକ୍ତ ଶ୍ରୀକାନ୍ତ ରଥ, ଶୀକ୍ଷୟତ୍ରୀ ଟ୍ରିଷ୍ନା ରାଣୀ, ଶିକ୍ଷକ ବିଭୁତି ଭୁସଣ ପାତ୍ର, ଜିତେନ୍ଦ୍ର କାଟ୍ରେ, ଗରୀବ ସାଥି ଫାଉଣ୍ଡେସନ ର ମୁଖ୍ୟ ନିର୍ଦ୍ଦେଶକ ଅଶ୍ୱିନୀ ନନ୍ଦ ଏବଂ ଅନ୍ୟାନ୍ୟ କର୍ମକର୍ତ୍ତା ଓ ଛାତ୍ରଛାତ୍ରୀ ଉପସ୍ଥିତ ରହି ଜନସାଧାରଣ ଙ୍କୁ ମାକ୍ସ, ସାନିଟାଇଜର ପ୍ରଦାନ କରିବା ସହ ତାର ଉପକାରିତା ବିଷୟରେ ବୁଝାଇଥିଲେ। ଆଗକୁ ଏଭଳି ଜନସଚେତନତା କାର୍ଯ୍ୟକ୍ରମ ପ୍ରତି ଗାଁ ମାନଙ୍କରେ କରାଯିବ ବୋଲି ନବୋଦୟ ବିଦ୍ୟାଳୟ ର ଅଧ୍ଯକ୍ଷ ଏବଂ ଗରୀବ ସାଥି ଫାଉଣ୍ଡେସନ ର ମୁଖ୍ଯ ଅଶ୍ୱିନୀ ନନ୍ଦ କହିଥିଲେ।

nis-ad
Leave A Reply

Your email address will not be published.