ଭଞ୍ଜନଗର ଏନ ଏ ସି ଅକ୍ତିଆର କଲା ବିଜେଡି…


ଭଞ୍ଜନଗର:- ଭଞ୍ଜନଗର ଏ ନ ଏ ସି କୁ ପୁଣି ଥରେ ବିଜୁ ଜନତା ଦଳ ଅକ୍ତିଆର କରିଛି। ଗତ ଦୁଇ ଦଶନ୍ଧି ରୁ ଅଧିକ ସମୟ ହେଲା ଭଞ୍ଜନଗର ଏନ ଏ ସି ବିଜୁ ଜନତା ଦଳ ଅକ୍ତିଆର ରେ ରହିଛି। ଆଜି ଏନ ଏ ସି ଭୋଟ ଗଣତି ପରେ ବିଜୁ ଜନତା ଦଳ ପ୍ରାର୍ଥୀ ଶ୍ରୀଯୁକ୍ତ ଗୋପବନ୍ଧୁ ମହାପାତ୍ର ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ର ଶ୍ରୀଯୁକ୍ତ ଶିବ ପ୍ରସାଦ ମହାପାତ୍ର ଙ୍କୁ ପ୍ରାୟ ୮000 ହଜାର ରୁ ଅଧିକ ଭୋଟ ରେ ପରାସ୍ତ କରି ବିଜୟ ଲାଭ କରିଛନ୍ତି ଏଥି ସହିତ ସମସ୍ତ ୧୫ ଗୋଟି ୱାର୍ଡ ମଧ୍ୟ ବିଜୁ ଜନତା ଦଳର କାଉନସିଲର ମନେ ଅକ୍ତିଆର କରି ଇତିହାସ ସୃଷ୍ଟି କରିଛନ୍ତି। ଏହି ବିଜୟ ପାଇଁ ଶ୍ରୀଯୁକ୍ତ ମହାପାତ୍ର ଭଞ୍ଜନଗର ଏ ନ ଏ ସି ର ସମସ୍ତ ଜନ ସାଧାରଣ ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ତା ସହିତ ଭଞ୍ଜନଗର ବିଧାୟକ ତଥା ମନ୍ତ୍ରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ସମସ୍ତ ଶ୍ରେୟ ଦେବାସହ ବିଜ୍ଞାପିତ ଅଞ୍ଚଳ ର ବିକାଶ ମୁଖୀ ଧାରାକୁ ଆଗକୁ ବଢ଼ିବାରେ ସହଯୋଗ କରିବି ବୋଲି ଦୃଢ଼କ୍ତି ପ୍ରକାଶ କରିଛନ୍ତି।

nis-ad
Leave A Reply

Your email address will not be published.