କୁହ୍ଲସାହି ବାଲିଘାଟ ନିକଟରେ ବେକରେ ରସି ଲଗାଇ ଯୁବକର ଆତ୍ମହତ୍ୟା

ରାଉରକେଲା, ୨୫/୨୨ (ବସନ୍ତ କୁମାର ଜେନା) : ବଣାଇଁଗଡ ସହରସ୍ଥିତ କୁହ୍ଲସାହି ବାଲିଘାଟ ନିକଟରେ ଥିବା ଜଣେ ଯୁବକ ବେକରେ ରସି ଲଗାଇ ଗଛରେ ଆତ୍ମହତ୍ୟା କରିଥିବା ଜଣାପଡିଛି।ଘଟଣାରୁ ପ୍ରକାଶ ଯେ ଆଜି ଦିନ ୧୧ଟା ସମୟରେ କୁହ୍ଲସାହି ନିକଟରେ ଥିବା ବାଲୁଘାଟ ନିକଟରେ ଜଣେ ଯୁବକ ଗଛରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। କିଛି ଲୋକ ବ୍ରାହ୍ମଣୀ ନଦୀ କୂଳକୁ ଗାଧୋଇବା ଯାଇଥିବା ବେଳେ ଝୁଲନ୍ତା ଶବ ଦେଖି ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ ।ଖବର ପାଇ ବଣାଇଁ ଥାନା ଅଧିକାରୀ ରଞ୍ଜନ କୁମାର ନାୟକ ଓ ଏସଆଇ ବରୁଣ କୁମାର ନାଏକ ଘଟଣା ସ୍ଥଳରେ ପହଞ୍ଚି ଗଛରେ ଝୁଲୁଥିବା ଯୁବକର ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବଣାଇଁ ଉପଖଣ୍ଡ ଚିକିତ୍ସାଳୟ କୁ ପଠାଇ ଥିବା ଜଣାପଡ଼ିଛି ।ତେବେ ଆତ୍ମହତ୍ଯା କରିଥିବା ଯୁବକ ନାମ ଟିକେଶ୍ବର ନାଏକ (୪୦)ଘର ବାହାରିଗଡ ବୋଲି ଜଣାପଡିଥିବା ବେଳେ ସେ କୌଣସି କାରଣକୁ ନେଇ ଆତ୍ମହତ୍ୟା କରିଛି ତାହା ବ୍ୟବଚ୍ଛେଦ ପରେ ଜଣାପଡିବ ବୋଲି ପୋଲିସ ସୂତ୍ରରୁ ଜଣାପଡିଛି ।

nis-ad
Leave A Reply

Your email address will not be published.