ଗୁଳି ଫୁଟି ଆଇଆଇସିଙ୍କ ମୃତ୍ୟୁ

ବ୍ରହ୍ମପୁର: ଗୁଳି ଫୁଟିବାରୁ ଗାଙ୍ଗପୁର ଥାନା ଅଧିକାରୀଙ୍କ ମୃତ୍ୟୁ ଘଟଣା । ଥାନା ଅଧିକାରୀଙ୍କ ମୃତ୍ୟୁ ନେଇ ସୂଚନା ଦେଲେ ଗଞ୍ଜାମ ଏସପି । ମୃତ୍ୟୁବରଣ କରିଥିବା ଥାନା ଅଧିକାରୀ ଜଣକ କିଛି ଦିନ ହେଲା ମାନସିକ ଦୁଶ୍ଚିନ୍ତା ଦେଇ ଗତି କରୁଥିଲେ । ଯାହା ଫଳରେ ଥାନା ପରିସରରେ ଏମିତି ଘଟଣା ଘଟିଥିଲା । ତେବେ ପୋଷ୍ଟମର୍ଟମ ପରେ ହିଁ ସବୁକିଛି ଜଣାପଡିବ ।

ଗୁଳି ଫୁଟିବା ପରେ ଗାଙ୍ଗପୁର ଥାନା ଅଧିକାରୀଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା । ମାତ୍ର ହସ୍ପିଟାଲ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ବୋଲି ଗଞ୍ଜାମ ଏସପି ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଗୁଳିଫୁଟିବାରୁ ଭଞ୍ଜନଗର ଗାଙ୍ଗପୁର ଥାନା ଅଧିକାରୀଙ୍କ ମୃତ୍ୟୁ ହୋଇଛି । ନିଜ ରିଭଲଭର ସଫା କରୁଥିବା ସମୟରେ ଗୁଳି ଫୁଟିଥିଲା ଓ ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଆସ୍କା ହସ୍ପିଟାଲରେ ଆଇଆଇସି ଦେବକୁମାର ଗମାଙ୍ଗଙ୍କ ମୃତ୍ୟୁ ନେଇ ଡାକ୍ତର ଘୋଷଣା କରିଥିଲେ ।

nis-ad
Leave A Reply

Your email address will not be published.