ମାଁ ଦଣ୍ଡକାଳୀ ଯାତ୍ରା ଆରମ୍ଭ

ହିଞ୍ଜିଳିକାଟୁ (୨୫ /୩) : ଗଞ୍ଜାମ ଜିଲା ତଥା ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ମା’ ଦଣ୍ଡକାଳୀଙ୍କ ୨୧ ଦିନିଆ ଦଣ୍ଡ ଯାତ୍ରା ଶୁକ୍ରବାର ଆରମ୍ଭ ହୋଇଛି । କରୋନା ମହାମାରୀ ଯୋଗୁଁ ଦୁଈ ବର୍ଷ ଧରି ଦଣ୍ଡ ଯାତ୍ରା ସହ ସାମାଜିକ ନାଟକ ସରକାରଙ୍କ ନିୟମ ଅନୁଯାୟୀ ଵନ୍ଦଥିଲା ।କରୋନା ମହାମାରୀ ର ପ୍ରକୋପ ହ୍ରାସ ପାଇବା ପରେ ଚଳିତ ବର୍ଷ ଦଣ୍ଡ ବିଧାନ ନିମନ୍ତେ ଅନୁମତି ଦିଆଯିବ ବୋଲି ସରକାର ଙ୍କ ସୁଚନା ଦିଆଯାଇଥିଲା। ଏଥିପାଇଁ ହିଞ୍ଜିଳିକାଟୁ ସହର ଉତ୍ସବମୁଖର ହୋଇଉଠିଛି।ବହୁ ବର୍ଷ ଧରି ଏଠାରେ ବଡ଼ ପୁଞ୍ଜା ଓ ସାନ ପୁଞ୍ଜା ନାମରେ ଦୁଇଟି ଦଣ୍ଡ ପୁଞ୍ଜା ଅଛନ୍ତି ଓ ହିଞ୍ଜିଳି ବନ୍ଧ ନିକଟରେ ଦୁଇଟି କାଳୀ ମନ୍ଦିର ମଧ୍ୟ ଅଛି ।

ସେଠାରେ ଦୁଇଟି ଦଣ୍ଡ ପୁଞ୍ଜାର ଠାକୁର ପୁଜା ପାଇ ଆସୁଛନ୍ତି । ମା’ ଦଣ୍ଡକାଳୀ ଓ ଶିବଙ୍କ ପୂଜାର୍ଚ୍ଚନା ପରେ ଦଣ୍ଡ ଯାତ୍ରା ଆରମ୍ଭ ହୋଇଛି । ହିଞ୍ଜିଳିକାଟୁ ଅଚଂଳର ପରମ୍ପରା ଅନୁଯାଇ ହିଞ୍ଜିଳିକାଟୁ ନିକଟସ୍ଥ କୁମ୍ଭାରପଲ୍ଲୀ ଗ୍ରାମରୁ ମା’ ଦଣ୍ଡକାଳୀଙ୍କୁ ଆବାହାନ କରି ଅଣାଯାଇଥିଲା। ମାନସିକଧାରୀ ଦଣ୍ଡୁଆ ମାନେ ହଳଦିଆ ଲୁଗା ଓ ପଇତା ପରିଧାନ କରି ଶୁକ୍ରବାର ସକାଳୁ ଢୋଲ ,ଘଣ୍ଟ, ମହୁରୀ ବଜାଇ ସହର ପରିକ୍ରମା କରିବା ସହ ଜନସାଧାରଣ ମାଁ ଙ୍କ ପରିକ୍ରମା ସମୟରେ ଘର ଆଗରେ କୁମ୍ଭ, ଧୁପ ଦୀପ ସହ ଲିଆ ନଡିଆ ଭୋଗ କରିଥିଲେ ଓ ମାନସିକଧାରୀଙ୍କ ଘର ଆଗରେ ପୂଜାର୍ଚ୍ଚନା ପରେ ଅପରାହ୍ନରେ ହିଞ୍ଜିଳି ବନ୍ଧରେ ଧୂଳିଦଣ୍ଡ ଓ ପାଣିଦଣ୍ଡ ସାରିବାପରେ ପଣା ସେବନ କରି ରାତିରେ ମାନସିକଧାରୀଙ୍କ ଘର ଆଗରେ କଠୋର ନୃତ୍ୟ ପରିବେଷଣ କରାଯାଇଥିଲା।ହିଞ୍ଜିଳିକାଟୁ ବ୍ଲକ ଅର୍ନ୍ତଗତ ବୁରୁପଡା଼, ଖଣ୍ଡରା, ରାଳବ, ଆଲିପୁର, ମକରଝୋଳ, ସମଝୋଳ, ପୋଚିଲିମାରେ ଆଉ କିଛିଦିନ ପରେ ୧୮ଓ ୧୩ ଦିନିଆ ଦଣ୍ଡ ଦଳ ବାହାରିବେ । ଏହା ମହାବିଷୁବ ସଂକ୍ରାନ୍ତି ପର୍ଯ୍ୟନ୍ତ ଚାଲିବ।

nis-ad
Leave A Reply

Your email address will not be published.