ପୌରନିର୍ବାଚନ ହିଞ୍ଜିଳିକାଟୁ ପୌରାଚଂଳରେ ୬୪.୩୮% ମତଦାନ


ହିଞ୍ଜିଳିକାଟୁ (୨୪/୩) : ଚଳିତ ପୌର ନିର୍ବାଚନର ଗୁରୂଵାର ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ପୌରାଚଂଳରେ ଶାନ୍ତିସୃଖଂଳାର ସହ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ହିଞ୍ଜିଳିକାଟୁପୌରପରିଷଦ ଅଧ୍ୟକ୍ଷ ପଦ ନିମନ୍ତେ ଭୋଟର ସିଧାସଳଖ ଭୋଟ ଦେଈ ନିର୍ଵାଚନ କରିଵେ।ହିଞ୍ଜିଳିକାଟୁ ପୌରପରିଷଦର ଅଧ୍ୟକ୍ଷ ପଦ ନିମନ୍ତେ ୬ ଜଣ ଓ ୨୧ଗୋଟି ୱାର୍ଡରୁ ୭ଗୋଟି ୱାର୍ଡ଼ ରେ ବିଜେଡି ର ୱାର୍ଡ଼ ମେମ୍ବର ପ୍ରାର୍ଥୀ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଥିବା ଵେଳେ ୧୪ ଗୋଟି ୱାର୍ଡ଼ ରେ ୱାର୍ଡ଼ ମେମ୍ବର ପ୍ରାର୍ଥୀ ନିମନ୍ତେ ୩୮ ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଦଣ୍ଡାୟମାନ ହୋଇଛନ୍ତିି । ହିଞ୍ଜିଳିକାଟୁ ପୌରପରିଷଦ ରସର୍ବମୋଟ ୨୦ ହଜାର ୬୯୬ ଭୋଟର ଙ୍କ ମଧ୍ୟରୁ ୧୩ ହଜାର ୩୨୪ ଜଣ ଭୋଟର ୩୮ ୱାର୍ଡ଼ ମେମ୍ବର ପ୍ରାର୍ଥୀ ଓ ୬ ଜଣ ଅଧ୍ୟକ୍ଷ ପ୍ରାର୍ଥୀ ଙ୍କ ଭାଗ୍ୟ ନିର୍ଦ୍ଧାରଣ କରି ଭୋଟର ନିଜର ବହୁମୂଲ୍ୟ ମତଦାନ ସାବ୍ୟସ୍ତ କରିଛନ୍ତି । ଗୁରୁବାର ପୌରପାଳିକା ହିଞ୍ଜିଳି କାଟୁ ରେସର୍ବମୋଟ ୬୪ . ୩୮% ମତଦାନ ହୋଇଥିବା ନିର୍ବାଚନ ଅଧିକାରୀଙ୍କ ସୁତ୍ରରୁ ପ୍ରକାଶ। ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ଔର୍ଡ ନଂ ୫ ସରକାରୀ ବାଳକ ବାଳିକା ବିଦ୍ୟାଳୟ ଠାରେ ଅନୁଷ୍ଠିତ ୩ଟି ପିଙ୍କ୍ ବୁଥକୁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ବୁଲି ଦେଖିଥିିଲେ ଓସ୍ତିଥି ପରଖିଥିଲେ ।

ଶାନ୍ତି ଶୃଙ୍ଖଳାର ସହ ମତଦାନ ଶେଷ ହୋଇଥିବାରୁ ସମସ୍ତ ଭୋଟର, ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଅଧିକାରୀ, ପୋଲିସ ପ୍ରଶାସନ ଓ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ନିର୍ବାଚନ ଅଧିକାରୀ ତଥା ବିଡ଼ିଓ ସୁବ୍ରତ କୁମାର ଜେନା, ତହସିଲଦାର ପ୍ରଭାତ କୁମାର ପରିଡା, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁ, ଏବିଡିଓ ଅମୂଲ୍ୟ ପଣ୍ଡା , ଆସିକା ଏସଡିପିଓ ଉମାଶଙ୍କର ସିଂ, ହିଞ୍ଜିଳି ଥାନା ଆଇଆଇସି ଅଭିମନ୍ୟୁ ଦାସ ପ୍ରମୁଖ ସାଧୁବାଦ ଜଣାଇଛନ୍ତି ।

nis-ad
Leave A Reply

Your email address will not be published.