ଦିଲ୍ଲୀ ଦଙ୍ଗା ମାମଲା, ଉମର ଖାଲିଦଙ୍କୁ ବଡ ଝଟ୍‌କା

ନୂଆଦିଲ୍ଲୀ: ଦିଲ୍ଲୀ ଦଙ୍ଗା ମାମଲାରେ ଜେଏନ୍‌ୟୁର ପୂର୍ବତନ ଛାତ୍ର ଉମର ଖାଲିଦଙ୍କୁ ବଡ ଝଟ୍‌କା। ଦିଲ୍ଲୀର କଡକଡଡୁମା କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। ୟୁପିପିଏ ଅଧୀନରେ ଉମର ଖାଲିଦଙ୍କୁ ପୁଲିସ ଗିରଫ କରିଥିଲା। ଏହି ମାମଲାରେ ଦିଲ୍ଲୀ ପୁଲିସ ଉମର ଖାଲିଦଙ୍କୁ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଦର୍ଶାଇ ଗିରଫ କରିଥିଲା। ପୁଲିସ ନିଜ ଚାର୍ଜସିଟରେ ଉମର ଖାଲିଦ ଅନେକ ହ୍ୱାଟସ୍‌ ଆପ୍ ଗ୍ରୁପ୍‌ ସହ ଜଡିଥିଲେ ବୋଲି କହିଛି। ଏହି ହ୍ୱାଟସ ଆପ୍‌ ଗ୍ରୁପ ମାଧ୍ୟମରେ ହିଂସା ଷଡଯନ୍ତ୍ର କରାଯାଇଥିଲା।
ଉମର ଲୋକଙ୍କ ଭଡକାଇବା ସହ ହିଂସା ସୃଷ୍ଟି କରିଥିଲେ। କେବଳ ଏତିକି ନୁହେଁ, ଯେତେବେଳେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦିଲ୍ଲୀ ଆସିଥିଲେ, ସେତେବେଳେ ଉମର ଲୋକଙ୍କୁ ରାସ୍ତା ଉପରକୁ ଓହ୍ଲାଇ ଆସିବାକୁ କହିଥିଲେ। ଯାହାଫଳରେ ଆନ୍ତର୍ଜାତୀୟ ସ୍ତରରେ ଭାରତର ଭାବମୂର୍ତ୍ତିକୁ କ୍ଷୂର୍ଣ୍ଣ କରାଯାଇପାରିବ।
ବାସ୍ତବରେ, ମାର୍ଚ୍ଚ ୩ ତାରିଖରେ ଖାଲିଦ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଓକିଲଙ୍କ ଯୁକ୍ତି ଶୁଣିବା ପରେ କୋର୍ଟ ନିଜ ରାୟକୁ ସଂରକ୍ଷିତ ରଖିଥିଲେ। ଯୁକ୍ତିତର୍କ ସମୟରେ ଅଭିଯୁକ୍ତ କୋର୍ଟଙ୍କୁ କହିଥିଲେ ଯେ, ତାଙ୍କ ବିରୋଧରେ ମାମଲା ପ୍ରମାଣ କରିବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପାଖରେ ପର୍ଯ୍ୟାପ୍ତ ସାକ୍ଷୀ ନାହିଁ।
ଉମର ଖାଲିଦ ଏବଂ ଅନ୍ୟ କେତେକ ଙ୍କୁ ଦିଲ୍ଲୀରେ ହୋଇଥିବା ଫେବ୍ରୁଆରୀ ୨୦୨୦ ଦଙ୍ଗାର “ମାଷ୍ଟରମାଇଣ୍ଡ” ହୋଇଥିବାରୁ ଆତଙ୍କବାଦ ନିରୋଧୀ ଆଇନ-ୟୁପିଏ ଅଧୀନରେ ଗିରଫ କରାଯାଇଥିଲା। ଏହି ଦଙ୍ଗାରେ ୫୩ ଜଣ ପ୍ରାଣ ହରାଇଥିବା ବେଳେ ୭୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। ସଂଶୋଧିତ ନାଗରିକତା ଅଧିନିୟମ ଏବଂ ନାଗରିକଙ୍କ ଜାତୀୟ ରେଜିଷ୍ଟର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ବେଳେ ହିଂସା ଆରମ୍ଭ ହୋଇଥିଲା।

nis-ad
Leave A Reply

Your email address will not be published.