ରୁକୁଣା ରଥଯାତ୍ରା ନେଇ ପ୍ରସ୍ତୁତି ବୈଠକ: ସାଢ଼େ ୩ଟାରେ ରଥଟଣା

ଭୁବନେଶ୍ୱର: ରୁକୁଣା ରଥ ଯାତ୍ରା ପାଇଁ ଶ୍ରୀ ଲିଙ୍ଗରାଜ ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମଙ୍ଗଳବାର ଅନୁଷ୍ଠିତ ଏହି ବୈଠକରେ ରଥଟଣାକୁ ନେଇ ସମୟ ଧାର୍ଯ୍ୟ କରାଯାଇଛି । ମାର୍ଚ୍ଚ ୯ ତାରିଖ ଅଶୋକାଷ୍ଟମୀରେ ପୂଜାନୀତି ବିଧିମତେ ସମ୍ପନ୍ନ ହୋଇ ମଧ୍ୟାହ୍ନ ୧୨ଟାରୁ ସାଢ଼େ ୧୨ଟା ମଧ୍ୟରେ ମହାପ୍ରଭୁଙ୍କ ଯାତ୍ରା ପୂଜା ସମାପନ ହେବ ।

ସାଢ଼େ ୧୨ଟାରୁ ୧ଟା ମଧ୍ୟରେ ମହାପ୍ରଭୁ ରଥକୁ ପହଣ୍ଡି ବିଜେ କରିବେ । ଦିନ ସାଢ଼େ ଗୋଟାଏ ସୁଦ୍ଧା ପହଣ୍ଡି ସାରି ଠାକୁର ରଥାରୂଢ଼ ହେବେ । ରଥ ବିଜେସ୍ଥଳୀରେ ଠାକୁରଙ୍କ ପୂଜାର୍ଚ୍ଚନା ନୀତି କାର୍ଯ୍ୟ ଦେଢ଼ ଘଣ୍ଟା ମଧ୍ୟରେ ସାରି ରଥ ଟଣା ପ୍ରସ୍ତୁତି ଆରମ୍ଭ ହେବ । ଚାର ଖୋଲା ହୋଇ ୩ଟା ୩୦ରେ ରଥଟଣା ଆରମ୍ଭ ହେବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି । ରାମେଶ୍ୱର ମନ୍ଦିରରେ ରଥ ୭ଟାରୁ ସାଢ଼େ ୭ଟାରେ ଲାଗିବ । କିଛି ସମୟ ମଧ୍ୟରେ ମହାପ୍ରଭୁ ରଥରୁ ରାମେଶ୍ୱର ମନ୍ଦିର ବିଜେସ୍ଥଳୀରେ ବିଜେ କରିବେ । ଏହାପରେ ଠାକୁରଙ୍କ ଅନ୍ୟାନ୍ୟ ନୀତି ଯଥାବିଧି ଚାଲିବ । ଲିଙ୍ଗରାଜ ମନ୍ଦିର ପ୍ରଶାସନିକ ଅଧିକାରୀଙ୍କ ସମେତ ବୈଠକରେ ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ôଚ ନାରାୟଣ ପତି, ପୂଜାପଣ୍ଡା ନିଯୋଗ ସମ୍ପାଦକ, ସମର୍ଥା ନିଯୋଗ ସମ୍ପାଦକଙ୍କ ସମେତ ଅନ୍ୟାନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ରଥଯାତ୍ରା କିପରି ଭାବେ ଶୃଙ୍ଖଳିତ ଭାବେ ପରିଚାଳିତ ହେବ ସେନେଇ ବୈଠକରେ ଆଲୋଚନା ହୋଇଥିଲା । ତେବେ ବଡ଼ ଦାଣ୍ଡରେ ରାସ୍ତା ନିର୍ମାଣ କାର୍ଯ୍ୟ ଜାରି ରହିଥିବାବେଳେ ଏହା ରଥ ଗଡ଼ିବାରେ ଅସୁବିଧା ହୋଇପାରେ ତେଣୁ ରଥଯାତ୍ରା ପୂର୍ବରୁ ନିର୍ମାଣ କାର୍ଯର୍୍ୟ ସମାପ୍ତ କରିବା ପାଇଁ ସମସ୍ତ ନିଯୋଗ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା । ସେହିପରି ରଥ ଟଣାରେ ବ୍ୟାଘାତ ସୃଷ୍ଟି କରୁଥିବା ବିଦ୍ୟୁତ୍ ତାର ଗୁଡ଼ିକ ଉପରକୁ ଉଠାଇବା ସହ ରାସ୍ତାକୁ ବଢ଼ିରହିଥିବା ଗଛଡ଼ାଳ ସଫେଇ କରିବା ନେଇ ପ୍ରସ୍ତାବ ଦିଆଯାଇଥିଲା ।

ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ôଚ ନାରାୟଣ ପତିଙ୍କ ସୂଚନାନୁସାରେ ରୁକୁଣା ରଥଯାତ୍ରାର ପୂର୍ବଦିନ ସପ୍ତମୀ ତିଥି ନେତୋତ୍ସବର ନୀତି କାନ୍ତି ଯଥା ସମୟରେ ସମାପ୍ତ ହେଲେ ରଥଯାତ୍ରା ମଧ୍ୟ ଧାର୍ଯ୍ୟ ସମୟରେ ସମାପିତ ହୋଇପାରିବ । ସପ୍ତମୀ ଅବସରରେ ରୁକୁଣା ରଥର ନେତ ଅର୍ଥାତ ଧ୍ୱଜା ବନ୍ଧା ଯିବ । ସେହିପରି ରଥ ପ୍ରତିଷ୍ଠା କରାଯିବ । କେଦାର ଗୌରୀ ନିକଟ ମରୀଚିକୁଣ୍ଡରୁ ପାଣି ଆସି ରଥ ପ୍ରତିଷ୍ଠା ହେବା ପରେ ନେତ ବନ୍ଧାଯିବ । ଶ୍ରୀ ପତିଙ୍କ ସୂଚାନୁସାରେ, ଭୋର୍ ୫ଟାରେ ଠାକୁରଙ୍କ ଆଳତି ଅବକାଶ ନୀତି ସମ୍ପନ୍ନ ହେବ ଓ ସାଢ଼େ ୫ଟାରୁ ଘଣ୍ଟାଏ ପର୍ଯ୍ୟନ୍ତ ଠାକୁରଙ୍କ ସାହାଣ ମେଲା ରହିବ । ଏହାପରେ ରୋଷହୋମ, ପାକକାର୍ଯ୍ୟ ସମ୍ପନ୍ନ ହୋଇ ଛାମୁ ପରିଷ୍କାର ହେବ । ସକାଳ ୭ଟାରୁ ୮ଟା ଭିତରେ ମହାସ୍ନାନ, ବେଶ, ଦ୍ୱାରପାଳ ଓ ସୂର୍ଯ୍ୟଦେବଙ୍କ ପୂଜା ବିଧିମତେ କରାଯିବ । ଶ୍ରୀଜିଉଙ୍କ ବଲ୍ଲଭ, ମା’ଗୋପାଳୁଣୀ(ଭୁବନେଶ୍ୱରୀ) ଠାକୁରାଣୀଙ୍କ ବଲ୍ଲଭ ଆଦି ସମାପନ ହେବା ପରେ ପୂର୍ବାହ୍ନ ୯ଟା ୧୫ମିନିଟ୍ ସୁଦ୍ଧା ସକାଳ ଧୂପ ନୀତି ସରିବ । ଭୋଗ ମଣ୍ଡପ ନୀତି ୯ଟା ୪୫ମିନିଟ୍‌ରେ ଆରମ୍ଭ ହେବା ସହ ଏହାପରେ ଅନ୍ୟାନ୍ୟ ପୂଜାନୀତି ବିଧିମତେ ସମ୍ପନ୍ନ ହୋଇ ମଧ୍ୟାହ୍ନ ୧୨ଟାରୁ ସାଢ଼େ ୧୨ଟା ମଧ୍ୟରେ ମହାପ୍ରଭୁଙ୍କ ଯାତ୍ରା ପୂଜା ସମାପନ ହେବ । ସାଢ଼େ ୧୨ଟାରୁ ୧ଟା ମଧ୍ୟରେ ମହାପ୍ରଭୁ ରଥକୁ ପହଣ୍ଡି ବିଜେ କରିବେ । ଦିନ ସାଢ଼େ ଗୋଟାଏ ସୁଦ୍ଧା ପହଣ୍ଡି ସାରି ଠାକୁର ରଥାରୂଢ଼ ହେବେ । ରଥ ବିଜେସ୍ଥଳୀରେ ଠାକୁରଙ୍କ ପୂଜାର୍ଚ୍ଚନା ନୀତି କାର୍ଯ୍ୟ ଦେଢ଼ ଘଣ୍ଟା ମଧ୍ୟରେ ସାରି ରଥ ଟଣା ପ୍ରସ୍ତୁତି ଆରମ୍ଭ ହେବ । ଚାର ଖୋଲା ହୋଇ ସାଢ଼େ ୩ଟାରେ ରଥ ମାଉସୀ ମା’ ଅଭିମୁଖେ ଗଡ଼ିବ ।

nis-ad
Leave A Reply

Your email address will not be published.