ନବରଙ୍ଗପୁର ଆଇନଜୀବୀ ସଂଘର ଇ-ଲାଇବ୍ରେରୀ ଉଦ୍ଘା‌ଟନ କଲେ ହାଇକୋର୍ଟ ମୁଖ୍ୟ ବିଚାରପତି ଡଃ ଏସ୍. ମୁରଲୀଧର

ନବରଙ୍ଗପୁର : ଓଡ଼ିଶାର ୩୦ ଟି ଜିଲ୍ଲା ସହ ନବରଙ୍ଗପୁର, କୋରାପୁଟ ଓ ରାଉରକେଲା ଆଇନଜୀବୀ ସଂଘର ଇ-ଲାଇବ୍ରେରୀ ର ଶୁଭ ଉଦଘାଟନ ଓଡିଶା ଉଚ୍ଚନ୍ୟାୟାଳୟର ମାନ୍ୟବର ମୁଖ୍ୟ ବିଚାରପତି ଡଃ ଏସ୍. ମୁରଲୀଧର ଆଜି ସକାଳ ୯.୩୦ ମି. ସମୟରେ ଆଭାଷୀ (ଭର୍ଚୁଆଲ) ଜରିଆରେ କରିଛନ୍ତି । ଜିଲ୍ଲା କୋର୍ଟ ପରିସରରେ ହୋଇଥିବା ଏହି ଉଦଘାଟନୀ ସମାରୋହରେ ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲ ସ୍ୱାଗତ ଭାଷଣ ଦେଇଥିଲେ। ସାରା ଓଡ଼ିଶା ରେ ସ୍ଥାପିତ ହୋଇଥିବା ଏହି ଇ-ଲାଇବ୍ରେରୀ ଆଇନଜୀବୀ ମାନଙ୍କ ପାଇଁ ଏକ ଯୁଗାନ୍ତକାରୀ ପଦକ୍ଷେପ ଓ ଏହା ଦ୍ୱାରା ସମସ୍ତ ଆଇନଗତ ତଥ୍ୟ, ଦେଶବିଦେଶର ବିଚାରଧାରା, କୋର୍ଟର ନିର୍ଣ୍ଣୟ, ଆଇନ ପୁସ୍ତକ ଇତ୍ୟାଦି ପାଇପାରିବେ, ଏହା ଉଭୟ ଆଇନଜୀବୀ ଓ ମହକିଲ ମାନେ ବିଶେଷ ଉପକୃତ ହେବେ ବୋଲି ମୂଖ୍ୟ ବିଚାରପତି ନିଜ ଅଭିଭାଷଣରେ କହିଥିଲେ। ହାଇକୋର୍ଟ ଲାଇବ୍ରେରୀ କମିଟିର ଅଧ୍ୟକ୍ଷ ନ୍ୟାୟମୁର୍ତ୍ତୀ ଅରିନ୍ଦମ ସିହ୍ନା ଓ ଓଡିଶା ଆଇନଜୀବୀ ମହାସଂଘ ର ଅଧ୍ୟକ୍ଷ ନିର୍ମଳ ରଥ ନିଜ ନିଜ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ସାରା ଓଡ଼ିଶା ଇ-ଲାଇବ୍ରେରୀ ର ଏକ ଭିଡିଓ ଉପସ୍ଥାପନା କରାଯାଇଥିଲା । ହାଇକୋର୍ଟ ଆପୋଷ ବିବାଦ ସମାଧାନ କେନ୍ଦ୍ର ର ମୁଖ୍ୟ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲା ଆଇନଜୀବୀ ସଂଘ ସଭାପତି ଆଶିଷ ରଂଜନ ପଟ୍ଟନାୟକ, ଆଗାମୀ ସଭାପତି ନରସିଂହ ନାଥ ତ୍ରିପାଠୀ, ସମ୍ପାଦକ ରାମ ପ୍ରସାଦ ପାତ୍ର, ସରକାରୀ ଆଇନଜୀବୀ ସଚ୍ଚିନନ୍ଦନ ସ୍ୱାଇଁ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ମୀନାକ୍ଷୀ ପାଢ଼ୀ, ଶ୍ରୀନିବାସ ପାତ୍ର, ଦାମୋଦର ତ୍ରିପାଠୀ, ସଦାଶିବ ସାହୁ ପ୍ରମୁଖ ଯୋଗଦେଇଥିଲେ। ହାଇକୋର୍ଟଙ୍କ ଦ୍ୱାରା ଯୋଓଗାଇଦିଆଯାଇଥିବା ଏହି ଇ-ଲାଇବ୍ରେରୀ ର ପରିଚାଳନା ଓ ରକ୍ଷଣାବେକ୍ଷଣ ଆଇନଜୀବୀ ସଂଘ ତରଫରୁ କରାଯିବ ବୋଲି ନିର୍ଧେଶନାମା ରହିଛି।
ଏହି କାର୍ଯ୍ୟକ୍ରମରେ ଜିିଲ୍ଲା ଓ ଦୌରା ଜଜ୍ ଶ୍ରୀ ସଞ୍ଜୀବ ଦୁବେ, ଏଡିଜେ ପ୍ରଣତି ସାହା, ଆଡ଼ହକ‌ ଏଡିଜେ, ରେଜିଷ୍ଟ୍ରାର ଅପର୍ଣ୍ଣା ମହାପାତ୍ର, ବରିଷ୍ଠ ଦେୱାନୀ ବିଚାରପତି ଅନ୍ନପୂର୍ଣ୍ଣା ନାୟକ, ପ୍ରଥମ ଶ୍ରେଣୀ ବିଚାରପତି ଆର୍ୟବାଳା ତ୍ରିପାଠୀ ଓ କୋର୍ଟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.