ଓଡ଼ିଶା ବିଧାନସଭାର ମୂଲ୍ୟବାନ ବିବରଣୀ ଓ ତଥ୍ୟର ଡିଜିଟାଇଜେସନ୍ ଆରମ୍ଭ

ଭୁବନେଶ୍ୱର: ଇତିହାସକୁ ସୁରକ୍ଷା ଦେବା ଆମର ପ୍ରମୁଖ କର୍ତ୍ତବ୍ୟ । ଓଡ଼ିଶା ବିଧାନସଭାର ବହୁ ମୂଲ୍ୟବାନ ବିବରଣୀ, ତଥ୍ୟ, ଦସ୍ତାବିଜ୍‌, ନଥିପତ୍ର ଓ ଗ୍ରନ୍ଥଗୁଡ଼ିକର ଡିଜିଟାଇଜେସନ୍‌ କାର୍ଯ୍ୟର ଶୁଭାରମ୍ଭ କରି ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ପ୍ରକାଶ କରିଛନ୍ତି । ବହୁ ପୁରୁଣା ବିବରଣୀ, ତଥ୍ୟ, ଦସ୍ତାବିଜ୍‌, ନଥିପତ୍ର ଓ ଗ୍ରନ୍ଥଗୁଡ଼ିକୁ ଡିଜିଟାଇଜେସନ୍‌ ମାଧ୍ୟମରେ ସୁରକ୍ଷିତ ରଖାଯାଇପାରିବ । ଏଗୁଡ଼ିକ ପିଡିଏଫ୍‌ ଆକାରରେ ଗୋଟିଏ ପ୍ଲାଟଫର୍ମରେ ମିଳିପାରିବ, ଯାହା ଆଗାମୀ ପିଢ଼ି ପାଇଁ ସହାୟକ ହେବ ।

ମାନ୍ୟବର ବାଚସ୍ପତିଙ୍କ ନିରନ୍ତର ପ୍ରଚେଷ୍ଟା ଓ ପ୍ରୋତ୍ସାହନ ଏବଂ ରାଷ୍ଟ୍ରୀୟ ସୂଚନା କେନ୍ଦ୍ରର ବୈଷୟିକ ସହାୟତାରେ ଡିଜିଟାଇଜେସନ୍‌ ସମ୍ଭବ ହେବାକୁ ଯାଉଛି ବୋଲି ବରିଷ୍ଠ ବିଧାୟକ ତଥା ବିଧାନସଭା ପୁସ୍ତକ ଚୟନ ଉପକମିଟିର ଅଧ୍ୟକ୍ଷ ଶ୍ରୀ ପ୍ରଫୁଲ୍ଲ ସାମଲ ପ୍ରକାଶ କରିଛନ୍ତି । ଓଡ଼ିଶା ବିଧାନସଭା ଟିଭି ପ୍ରସ୍ତୁତ କରାଯାଉଛି । ଏହାର ଚାରୋଟି ଅଙ୍ଗ ରହିବ । ଯଥା-୧-ବିଧାନସଭା ସମାଚାର, ୨-ସଂସ୍କୃତିର ଆଇନା, ୩- ପ୍ରଗତିର ପ୍ରତିଫଳ ଏବଂ ୪-ପ୍ରଜ୍ଞା ପରିଚୟ ବୋଲି ଶ୍ରୀ ସାମଲ ସୂଚନା ଦେଇଛନ୍ତି । ରାଷ୍ଟ୍ରୀୟ ସୂଚନା କେନ୍ଦ୍ରର ଓଡ଼ିଶା ମୁଖ୍ୟ କବିତା ରୟ ଦାସ, ବିଧାନସଭା ସଚିବ ଶ୍ରୀ ଦାଶରଥୀ ଶତପଥୀ ଏବଂ ବିଧାନସଭା ଉପନିର୍ଦ୍ଦେଶିକା (ଗ୍ରନ୍ଥାଗାର) ଶ୍ରୀମତୀ ଆରତୀ ମିଶ୍ର ପ୍ରମୁଖ ଶୁଭାରମ୍ଭ ସମୟରେ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.