ସମାଜିକ ଅନୁଷ୍ଠାନ ନୀପିଡିତର ୪୦ବର୍ଷର ଯାତ୍ରା

ଫୁଲବାଣୀ : ନୀପିଡ଼ିତର ୪୦ବର୍ଷ ପୂର୍ତ୍ତି ଉପଲେକ୍ଷ ଏକ କାର୍ଯ୍ୟକ୍ରମ କରାଯାଇଥିଲା | କନ୍ଧମାଳ ଜିଲ୍ଲାର ପାବୁରିଆ ଠାରେ ୧୯୮୨ମସିହାରେ ସାମାଜର ପଛୁଆ ଅବହେଳିତ ଵର୍ଗଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରି ସେମାନଙ୍କ ନାଯ୍ୟ ଅଧିକାର ସାବ୍ୟସ୍ତ ପାଇଁ ରାମଚନ୍ଦ୍ର ଦାସଙ୍କ ପୃଷ୍ଠପୋଷକତା ରେ ପ୍ରତିଷ୍ଠା ହୋଇଥିଲା ନୀପଡିତ । ପୀଡିତ ଲୋକମାନେ କିଭଳି କୁସଂସ୍କାର ଅନ୍ଧବିଶ୍ୱାସର ଅନ୍ଧ ଗଳିରୁ ବାହାରିବେ ସେଥିରେ ଗାଁ ଗାଁ ରେମହିଳା ଓ ଯୁବ ତଥା ଜଙ୍ଗଲ ସଂଗଠନ ପ୍ରତିଷ୍ଠା କରି ସେମାନଙ୍କୁ ସଶକ୍ତିକରଣ କରାଯାଇ ଅନ୍ୟାୟ ଦୁର୍ନୀତି ଶୋଷଣ ବିରୋଧରେ ସ୍ୱର ଉତ୍ତୋଳନ କରାଇ ପାରିଲେ। ଗାଁ ଗାଁ ରେ ଜଙ୍ଗଲ କମିଟି ଗଠନ କରାଯାଇଥିଲା। ଶିକ୍ଷା ସ୍ୱାସ୍ଥ୍ୟ, ମହିଳା ସଶକ୍ତିକରଣ ,ଯୁବ ସଶକ୍ତିକରଣ, ଜଳ, ଜମି ,ଜଙ୍ଗଲ ପ୍ରାକୃତିକ ସମ୍ପଦ ର ସୁରକ୍ଷା ଉପରେ ପଦକ୍ଷେପ ନିଆଯାଇଥିଲା । ଜନ ସଚେତନତା ସୃଷ୍ଟି କରିବା ମୁଖ୍ୟ କାର୍ଯ୍ୟ ଥିଲା। ଯାହା ଫଳରେ ଶୋଷଣ ଓ ଅନ୍ୟାୟ ର ପ୍ରତିବାଦ କରିପାରୁଥିଲେ।ଯୁବକ ଯୁବତୀ ଙ୍କ ଦକ୍ଷତା ଓ କୌଶଳ ବିକାଶ କୁ ଅଗ୍ରାଧିକାର ଦିଆଯାଇଛି।

ଗତ ପାଞ୍ଚବର୍ଷ ଧରି ଭିନ୍ନକ୍ଷମ ସଶକ୍ତିକରଣ ଓ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ସ୍ୱଛଭାରତ ମିଶନ ଉପରେ କାର୍ଯ୍ୟ ଚାଲୁରହିଛି।ସମାଜସେବା କ୍ଷେତ୍ରକୁ ଅଧିକ ସମର୍ପିତ ଲୋକ ଆସିଲେ ସମାଜରୁ ଦୁର୍ନୀତି ଶୋଷଣ ନିୟନ୍ତ୍ରଣ କରାଯାଇପାରିବ ବୋଲି ନୀପଡିତ ର ସମ୍ପାଦକ ରାମଚନ୍ଦ୍ର ଦାସ ସୂଚନା ଦେଇଥିଲେ। ଭିନ୍ନକ୍ଷମ ସଶକ୍ତିକରଣ ର ଡାଉନ ସିନଡ୍ରମ ଦିବସ ଥିବାରୁ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଲୋକ ସଂଖ୍ୟାର ଏକ ପ୍ରତିଶତ ଡାଉନ ସିନଡ୍ରମରଶୀଶୁ ଜନ୍ମ ହେଉଥିବା ଦେଖାଯାଏ।ଏହା ଫଳରେ ଶିଶୁଠାରେ କମ ରୋଗ ପ୍ରତିଶେଧକ ଶକ୍ତି ରହିଥିବାରୁ ମାନସିକ ସ୍ତରରେ ଭିନ୍ନକ୍ଷମ ହୋଇଥାଏ।ଏହି ଧରଣର ଶିଶୁ ୫୫-୬୦ବର୍ଷ ରେ ମୃତ୍ୟୁ ବରଣ କରନ୍ତି।ସେମାନଙ୍କୁ ସମାଜରେ ଓ ଘରେ ବୋଝ ଭାବି ଅବହେଳା ନ କରିବାକୁ ପରାମର୍ଶ ଦିଆଯାଇଛି।

ଆଜିର କାର୍ଯ୍ୟକ୍ରମ ରେ ସ୍ୱଛାସେବୀ ମହାସଂଘ ପିଏଜିର ଆବାହକ ଅଶୋକ ପରିଡା ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନନ୍ତ ଚରଣ ମିଶ୍ର ବିଜୟ କୃଷ୍ଣ ପଟ୍ଟନାୟକ ନବୀନ କିଶୋର ପଣ୍ଡା, ରାଜ କିଶୋର ବେହେରା ପ୍ରମୁଖ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ସମାଜ ସେବା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ହରିଶଙ୍କର ରାଉତ, ପ୍ରଦୀପ ଦିସ ପ୍ରଶାନ୍ତ ଶତପଥୀ, ସର୍ବେଶ୍ୱର ମାଝି ଦେବରାଜ ପ୍ରଧାନ, ଷଷ୍ଠିପ୍ରସାଦ ମିଶ୍ର , ଶାନ୍ତନୁ ମିଶ୍ର ଗଦା ଧର ବେହେରା ଓ ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ ସଂଯୋଜକ ନୀପଡିତ ଭୌତିକ ଚିକିତ୍ସାର କାଉନସଲରଓ ଅଭିଭାବକମାନେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ପ୍ରମୋଦ ନାୟକ ଲୁସି ଦାସ ପ୍ରମୁଖ ସଂଯୋଜନା କରିଥିଲେ।

nis-ad
Leave A Reply

Your email address will not be published.