ବ୍ଲକସ୍ତରୀୟ ଜନଶୁଣାଣି କାର୍ଯ୍ୟକ୍ରମ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରୀପଡା ପଞ୍ଚାୟତ ସମିତି ସଭାଗୃହରେ ଆଜି ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମନିଯୁକ୍ତି ଯୋଜନାର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀ ଉନ୍ନୟନ ଅଧିକାରୀ ରବିନ୍ଦ୍ରନାଥ କହଁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ପଞ୍ଚାୟତ ସମିତି ଅଧିନସ୍ଥ ବିଭିନ୍ନ ବିଭାଗର ଅଧିକାରୀ ଏବଂ ପଦସ୍ଥ କର୍ମଚାରୀ ଉପସ୍ଥିତ ରହି ମନରେଗା ମାଧ୍ୟମରେ କେନ୍ଦ୍ର ସରକାରଙ୍କ ଯୋଜନାରେ କେତେଦୂର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି ସେସବୁର ସମୀକ୍ଷା କରାଯିବା ସହ ନବ ନିର୍ବାଚିତ ଜନପ୍ରତିନିଧି ମାନଙ୍କୁ ସୁଚନା ପ୍ରଦାନ ଏବଂ ବିଭାଗୀୟ କର୍ମଚାରୀମାନଙ୍କୁ ତୁରନ୍ତ ସାତଦିନ ଭିତରେ ସମସ୍ୟା ଥିବା କାମକୁ ତ୍ୱରାନ୍ୱିତ କରିବାକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରବିନ୍ଦ୍ରନାଥ କହଁର ନିର୍ଦ୍ଦେଶ ଦେଇଥିଲେ।

ଆଜି ସମିକ୍ଷା ବୈଠକରେ ଖଜୁରୀପଡା ଚାରି ନମ୍ବର ନବନିର୍ବାଚିତ ଜିଲ୍ଲା ପରିଷଦ ସଭ୍ୟା ଉର୍ବଶୀ ଦିଗାଲଙ୍କ ସହ ୧୪ ଗ୍ରାମପଞ୍ଚାୟତର ନବନିର୍ବାଚିତ ସରପଞ୍ଚ ଏବଂ ସମିତିସଭ୍ୟ ସଭ୍ୟା ପ୍ରମୁଖ ଉପସ୍ଥିତ ଥିଲେ।ସାମାଜିକ ସମିକ୍ଷାରେ କାର୍ଯ୍ୟ କରୁଥିବା ଭିଆରପିଙ୍କ ସମିକ୍ଷା ତଥ୍ଯକୁ ବ୍ଲକ ସାମାଜିକ ସମୀକ୍ଷା ଅଧିକାରୀ ରମାକାନ୍ତ ଦାସ ବିଭିନ୍ନ ବିଭାଗରେ ରହିଥିବା ସମସ୍ୟାକୁ ଶୁଣାଣୀ କରିଥିଲେ।ଆଜିର ସମୀକ୍ଷା ବୈଠକରେ ମୁଖ୍ୟତଃ ବ୍ଲକର ବିଭିନ୍ନ ଗ୍ରାମପଞ୍ଚାୟତରେ କିଛି ମୃତ ବ୍ୟକ୍ତିଙ୍କଙ୍କ ନାମରେ ରାସନସାମଗ୍ରୀ ଉଠାଣ ହେଉଥିବା ବେଳେ ଆଉକିଛି ଅନ୍ୟତ୍ର ବିବାହ ହୋଇଥିଲେ ସୁଦ୍ଧା ସେମାନଙ୍କ ନାମରେ ମଧ୍ଯ ଚାଉଳ ଇଠାଣ ହେଉଥିବା ନେଇ ଅଭିଯୋଗ ଉଠିଥିଲା। ଏନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତୁରନ୍ତ ସାତଦିନ ମଧ୍ୟରେ ରାସନକାର୍ଡ ବ୍ୟବସ୍ଥାରେ ସୁଧାର ଆଣିବା ସହ ଅନ୍ୟତ୍ର ବିବାହ କରିଥିବା ଝିଅଙ୍କ ନାମ ପରିବାରର ରାସନକାର୍ଡରୁ ବାଦ୍ ଦେଇ ବିବାହ କରିଥିବା ଶ୍ବଶୁର ଘର ସ୍ଥାନକୁ ପରିବର୍ତ୍ତନ କରିବାକୁ ବିଡିଓ ଯୋଗାଣ ଅଧିକାରୀ ସମରେଶ ଦାସ ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହିଭଳି କିଛି ଗ୍ରାମପଞ୍ଚାୟତରେ ହୋଇଥିବା ମନରେଗା କାର୍ଯ୍ୟରେ ସୂଚନା ଫଳକ ନଥିବା ସହ ଅନେକ ମନରେଗା ଶ୍ରମିକ ମାନଙ୍କ ମଷ୍ଟରରୋଲରେ ରହିଥିବା ତୃଟି କାରଣରୁ ସମସ୍ୟା ଦେଖାଯାଉଥିବା ଅଭିଯୋଗ ଉଠିଥିଲା। ବ୍ଲକରେ ସମୁଦାୟ ୪୦ ଗୋଟି ଅଭିଯୋଗ ସମୀକ୍ଷା ଅଧିକାରୀ ରମାକାନ୍ତ ଦାସ ଉପସ୍ଥାପନା କରିଥିବା ବେଳେ ସମସ୍ତ ଅଭିଯୋଗ କୁ ସାତଦିନ ମଧ୍ୟରେ ସମାଧାନ କରିବାକୁ ବିଡିଓ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ। ବୈଠକରେ ଅତିରିକ୍ତ ବିଡିଓ ଦିବ୍ୟସିଂହ କହଁର ଗ୍ରାମପଞ୍ଚାୟତ ସଂପ୍ରସାରଣ ଅଧିକାରୀ ତଥା ଏପିଓ ସୋନମ ବେହେରା ସମସ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଜିଆରଏସ ଗ୍ରାମ ସାଥି ପ୍ରମୁଖ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.