ମାର୍ଚ୍ଚ ୨୪ରେ ଶପଥ ନେବେ ପ୍ରମୋଦ ସାୱନ୍ତ !

ନୂଆଦିଲ୍ଲୀ ୨୦।୩: ଗୋଆର ପରବର୍ତ୍ତି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ପ୍ରମୋଦ ସାୱନ୍ତ। ଆସନ୍ତା ମାର୍ଚ୍ଚ ୨୪ ତାରିଖରେ ଶପଥ ଗ୍ରହଣ ସମାରୋହ ହୋଇପାରେ । ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ଅନୁସାରେ, ସୋମବାର ବିଜେପି ବିଧାୟକ ଦଳ ବୈଠକ ହୋଇପାରେ । ଏହାପରେ ଆସନ୍ତା ବୁଧବାର କିମ୍ୱା ଗୁରୁବାର ଶପଥ ଗ୍ରହଣ କାର୍ଯ୍ୟକ୍ରମ ହୋଇପାରେ ।

ଗୋଆର କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କହିଛନ୍ତି, ‘ମୁଁ ଗତକାଲି ଦିଲ୍ଲୀରେ ଗସ୍ତରେ ଥିଲେ, ବିଜେପିର କେନ୍ଦ୍ରୀୟ ପର୍ଯ୍ୟବକ୍ଷେକ ଆସନ୍ତାକାଲି ରାଜ୍ୟରେ ପହଞ୍ଚିବେ । ଆସନ୍ତାକାଲି ସଂଧ୍ୟାରେ ଶପଥ ଗ୍ରହଣ ସମାରୋହ ବାବଦରେ ଘୋଷଣା କରାଯିବ’। ଏହାପୂର୍ବରୁ ପ୍ରମୋଦ ସାୱନ୍ତ ବିଧାୟକ ବିଶ୍ୱଜିତ୍ ରାଣେଙ୍କ ସହ ଦିଲ୍ଲୀରେ ପହଞ୍ଚି ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ । ଏଠାରେ ରାଣେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଇଚ୍ଛୁକ ଥିବା କହିଥିଲେ।

୪୦ ବିଧାନସଭା ଆସନ ଥିବା ଗୋଆରେ ବିଜେପି ୨୦ ଆସନରେ ବିଜୟୀ ହୋଇଛି। ଏମଜିପିର ଦୁଇ ବିଧାୟକ ଏବଂ ତିନି ସ୍ୱାଧୀନ ପ୍ରାର୍ଥୀଙ୍କ ସମର୍ଥନ ବିଜେପିକୁ ରହିଛି। ଗୋଆରେ ତୃତୀୟଥର ପାଇଁ ସରକାର ଗଠନ କରିବାକୁ ଯାଉଛି ବିଜେପି।

ଗୋଆ ସରକାର ଗଠନ ପାଇଁ ବିଜେପି କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏବଂ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଏଲ.ମୁରୁଗନଙ୍କୁ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି । ଗତ ବୁଧବାର ପ୍ରମୋଦ ସାୱନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ସରକାର ଗଠନ ସମ୍ପର୍କରେ ଆଲୋଚନା କରିଥିଲେ।ଏହି ସମୟରେ ଗୋଆର ବିଜେପି ପ୍ରଭାରୀ ଦେବେନ୍ଦ୍ର ଫଡଣବୀସ ଉପସ୍ଥିତ ରହିଥିଲେ।

nis-ad
Leave A Reply

Your email address will not be published.