ଫାର୍ସାରେ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୃତ୍ତ, ୩ ଜଣ ଆହତ

ନିମାପଡ଼ା: ରକ୍ତରେ ଭିଜିଲା ରଙ୍ଗର ଖେଳ । ପୂର୍ବଶତ୍ରୁତାକୁ ନେଇ ପୁରୀ ଜିଲ୍ଲା ଜାଗୁଳାଇପଦର ଗାଁରେ ଗୋଷ୍ଠୀ ସଂଘର୍ଷ । ଆକ୍ରମଣରେ ୩ ଆହତ ହୋଇଥିବା ବେଳେ ସେମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତି କରାଯାଇଛି । ସେମାନଙ୍କ ମୁଣ୍ଡରେ ଆକ୍ରମଣ କରାଯାଇଛି । ଏକ ଫାର୍ସା ଦୁର୍ବୁତମାନେ ଗାଁ ଦାଣ୍ଡରେ ଗୋଡାଇ ଗୋଡାଇ ହାଣିଥିବା ସୂଚନା ମିଳିଛି ।

ସୂଚନା ମୁତାବକ ପଂଚାୟତ ନିର୍ବାଚନକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିଥିଲା । ଆଜି ହୋଲିରେ ପୂର୍ବ ଯୋଜନା ମୁତାବକ ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀ ଉପରେ ଆକ୍ରମଣ କରିଥିଲେ ।

nis-ad
Leave A Reply

Your email address will not be published.