ହୋଲି ପାଳନ ଅବସରରେ ଅନୁଚିନ୍ତା : ଫଗୁଣ ଫଗୁ ରଂଗର ଆକର୍ଷଣ ଭାରତୀୟ ସଂସ୍କୃତି ପରଂପରାର ଅନନ୍ୟ ସନ୍ଦେଶ !

ଡାକ୍ତର ସାଗର ରଂଜନ ତ୍ରିପାଠୀ

ଆଜି ହୋଲି ଅବସରରେ ଅଜସ୍ର ଅଭିନନ୍ଦନ ଜଣାଉଛି । ଧରଣୀ ରୁ ବିଦାୟ ନେଉଛି ଋତୁ ରାଜ ବସନ୍ତ। ମଳୟର ପରଶ ରେ ମନ ପ୍ରାଣ ଉଲ୍ଲସିତ।ମନ୍ଦ ମନ୍ଦ ଶୀତଳ ପବନ ମନରେ ଭରି ଦିଏ ଶିହରଣ । ପ୍ରୀତି ପ୍ରଣୟ ଭାବନା ମନସ୍କ ଜୀବନ। ଦୋଳପୂର୍ଣ୍ଣିମା ଏବଂ ଅବିର ରଂଗର ଖେଳ ଗାଁ ରୁ ସହର ଜନ ଜୀବନ ରେ କେତେ ଉତ୍ସାହ କେତେ ଉଦ୍ଦୀପନା। ଏ ବର୍ଷ ହୋଲି ରଂଗ ଖେଳ ଆଣି ଦେଇଛି ଭିନ୍ନ ଏକ ଅନୁଭବ। ଦୁଇ ବର୍ଷ ମହାମାରୀ ଆତଙ୍କିତ ଜନତା ଙ୍କ ପାଇଁ ହୋଲି ରଂଗ ଫିକା ଫିକା ରହିବା ପରେ ଏ ବର୍ଷ ମଣିଷ ର ଜୀବନ ରଂଗ ରେ ହୋଲି ରଂଗ ଖେଳ ଆଣି ଦେଇଛି ଅଫୁରନ୍ତ ଆନନ୍ଦ। ଅନେକ ସୁଖଦ ଚିତ୍ର ଭାସି ଆସୁଛି ଆଖି ଆଗରେ। ଅବିର ରଂଗ ବୋଳି ନାଚ ଗୀତ ଏବଂ ଭିନ୍ନ ଭିନ୍ନ ସୁସ୍ବାଦୁ ବ୍ୟଞ୍ଜନ ର ସୁଖଦ ମୁହୂର୍ତ୍ତ ରେ ଯୋଡି ହୋଇଛନ୍ତି ପ୍ରତ୍ୟେକ ମଣିଷ । ଆଜି ଯେତେବେଳେ ଏପରି ଚିତ୍ର ଦେଖିବାକୁ ମିଳୁଛି ମନ ରେ ଆମ ସଂସ୍କୃତି ପରଂପରା କୁ ନେଇ ଗର୍ବ କରିବା ସହିତ ଆମେ ଭାରତ ରେ ଜନ୍ମ ଏହି କଥା ଆମ କୁ ଭାଗ୍ଯବାନ୍ କରିଦିଏ। ହଁ ଜୀବନ ଯେତେବେଳେ ଆନନ୍ଦ ଉଲ୍ଲାସ ରେ ଭରିଯାଏ ରଂଗ ଖେଳ ଆଣି ଦିଏ ଆନନ୍ଦ। ସାରା ପୃଥିବୀ ରେ ଭାରତ ଏପରି ଏକ ରାଷ୍ଟ୍ର ଯେଉଁ ପବିତ୍ର ଭୂମି ର ସଂସ୍କୃତି ପରଂପରା ଅନନ୍ୟ। ପର୍ବ ପାଳନ କରିବା ସହିତ ସମସ୍ତ ଙ୍କ ସହିତ ଉତ୍ତମ ସଂପର୍କ ରଖି ବଂଚିବା ର ଧାରା ଶିଖାଇବା ର ଦେଶ ଭାରତ। ନିରନ୍ତର ଭାବେ କଳା ସଂସ୍କୃତି ପରଂପରା ସହିତ ଯୋଡି ହୋଇ ପରସ୍ପର କୁ ସ୍ନେହ ଶ୍ରଦ୍ଧା ସଂପର୍କ ରେ ଯୋଡି ଜୀବନ ଗଢ଼ିବା କି ସୁନ୍ଦର ବିଚାର। ଅବିର ରଂଗ ଖେଳ ରେ ଥାଏ ଅନନ୍ୟ ଆକର୍ଷଣ । ଜୀବନ ଜୀଇଁବା କଳା ଶିକ୍ଷା ଦିଏ ଭାରତ । ଭାରତ ର କୋଣ କୋ୍ଣ ରେ ଆଜି ହୋଲି ରଂଗ ଖେଳ।ସମସ୍ତ ଙ୍କ ମଧ୍ଯ ରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ସଂପର୍କ ଅଜସ୍ର ଶ୍ରଦ୍ଧା ସ୍ନେହ ସମ୍ମାନ ର ଡୋରିରେ ବାନ୍ଧି ଦେଇପାରୁଥିବା ଭାରତୀୟ ସଂସ୍କୃତି ପରଂପରା ସଂପର୍କ ରେ ଯେତେବେଳେ ଆଲୋଚନା ହୁଏ ଜୀବନ କଣ ଅନୁଭବ ହୁଏ। ହୋଲିକା ରାକ୍ଷସ ପୌରାଣିକ ବିଷୟ ରେ ରହିଥିବା ଭାବ ମଧ୍ଯ ଆଜି ଦିନ ରେ ଅନୁଶୀଳନ କରିବା ଆବଶ୍ଯକ। ହୋଲିକା ସମାନ ଆସୁରିକ ଅହଂକାର ବିଚାର କୁ ଦହନ କରି ଜୀବନ ରଂଗ ର ଅବିର ରଂଗ ପରି ଆକର୍ଷଣ କରିଦେଉ ଜୀବନ ର ପ୍ରତି ମୁହୂର୍ତ୍ତ। ଫଗୁଣ ବିଦାୟ ନେଉଛି। ବସନ୍ତ ଧରଣୀରେ ନିଦାଘର ଆଗମନ ହୋଇ ସାରିଛି । ହୋଲି ରଂଗ ଖେଳ ସହିତ ଜୀବନ ରଂଗ ମୟ ପାଇଁ ଏପରି ପର୍ବ ପାଳନ କରିବା ମୋ ପାଇଁ ଆମ ପାଇଁ ଆମ ସମାଜ ପାଇଁ ସୁଖଦ ଅନୁଭୂତି। ପରସ୍ପର ମଧ୍ଯ ରେ ଏକତା ଅଖଣ୍ଡତା ସଂପର୍କ ରେ ଅତୁଟ ବିଚାର ଅକ୍ଷୁର୍ଣ୍ଣ ରହୁ ଏହି କାମନା କରୁଛି।

nis-ad
Leave A Reply

Your email address will not be published.