ଟିଟଲାଗଡ ଆଜି ରାଜ୍ୟର ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର: ଓଡ଼ିଶାରେ ଆଜି ୨ ସହରରେ ତାପମାତ୍ରା ୪୧ ଡିଗ୍ରୀ ପାର କରିଛି । ୪୧.୪ ଡିଗ୍ରୀ ସହିତ ଟିଟିଲାଗଡ଼ ରାଜ୍ୟର ସବୁଠୁ ଉତପ୍ତ ସହର ପାଲଟିଛି । ଏହା ପଛକୁ ବଲାଙ୍ଗିରିରେ ୪୧ ଡ଼ିଗ୍ରୀ ଏବଂ ବୌଦ୍ଧରେ ୩୯ ଡ଼ିଗ୍ରୀ ଦିନ ତାପମାତ୍ରା ରେକର୍ଡ କରାଯାଇଛି। ସେହିଭଳି ୮ ସହରରେ ୩୮ଡ଼ିଗ୍ରୀ ଠାରୁ ଅଧିକ ଦିନ ତାପମାତ୍ରା ରେକର୍ଡ କରାଯାଇଛି ।

ବର୍ତ୍ତମାନ ରାଜ୍ୟରେ ତାତିର ପ୍ରଭାବ ବଢିବାରେ ଲାଗିଛି । ଆଜି ଠାରୁ ରାଜ୍ୟରେ ବଙ୍ଗୋପସାଗର ଅଞ୍ଚଳରୁ ଜଳୀୟବାଷ୍ପ ପୂର୍ଣ୍ଣ ଶୀତଳ ବାୟୁ ର ପ୍ରବେଶ ବୃଦ୍ଧି ପାଇବା ସହ ଆଗାମୀ ୨ ଦିନ ମଧ୍ୟରେ ଦିନ ତାପମାତ୍ରା ୨ ରୁ ୩ ଡ଼ିଗ୍ରୀ ତଳକୁ ଖସିବା ସହ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ର ପ୍ରଭାବ କମିବ ସମ୍ଭାବନା ରହିଛି ।

ଜଳୀୟବାଷ୍ପ ପୁର୍ଣ୍ଣ ବାୟୁ ଉତ୍ତପ୍ତ ବାୟୁମଣ୍ଡଳ ସଂପର୍ଶରେ ଆସି ବିଜୁଳି ଘଡଘଡି ସହିତ ବର୍ଷ ସୃଷ୍ଟି କରିବ, ୨୧ ଏବଂ ୨୨ ତାରିଖରେ ବର୍ଷା ସମ୍ଭାବନା ରହିଛି । ଆଗାମୀ ଏଭଳି ସ୍ଥିତି ରହିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱର ପକ୍ଷରୁ ସୂଚନା ଦିଆଯାଇଛି ।

nis-ad
Leave A Reply

Your email address will not be published.