ତୃତୀୟଥର ପାଇଁ ଶାବକ ଜନ୍ମ ଦେଲା ସିଂହୀ ବିଜଲୀ

ନନ୍ଦନକାନନ ପାଇଁ ଖୁସି ଖବର ଆଣିଲା ସିଂହୀ ବିଜଲୀ । ତୃତୀୟ ଥର ପାଇଁ ମା ହେଲା ସିଂହୀ ବିଜଲୀ ।ଆଜି ଭୋର ରୁ ୨ ଟା ୧୫ ସମୟରେ ବିଜଲୀ ଏକ ଶାବକ ଜନ୍ମ ଦେଇଛି । ପ୍ରସବ ପ୍ରକ୍ରିୟା ଜାରି ରହିଛି । ପୂର୍ବରୁ ଦୁଇ ଥରରେ ୪ ଟି ଶାବକ ଜନ୍ମ ଦେଇଥିଲା ,ସେମାନଙ୍କ ମଧ୍ୟରୁ ୨ ଟି ମୃତୁ ଘଟିଥିବା ବେଳେ ୨ ଟି ଶାବକ ବଡ ହୋଇ ସାରିଛନ୍ତି ।

ଏବେ ଏହି ନୂତନ ଶାବକକୁ ବିଜଲୀ ଯତ୍ନ ନେଉଛି ଓ କିଭଳି ଯତ୍ନ ନେଉଛି ତାର ଗତିବିଧି ଉପରେ ସିସିଟିଭି ମାଧ୍ୟମରେ କର୍ତ୍ତୃପକ୍ଷ ତିକ୍ଷ୍ମ ନଜର ରଖିଛନ୍ତି । ବିଜଲୀ ସହିତ ସିଂହ ସମ୍ରାଟ ମିଳନରୁ ପ୍ରଥମେ ୨୦୧୯ରେ ଓ ଦ୍ବିତୀୟ ଥର ୨୦୨୧ ମସିହାରେ ଦୁଇଥର ବିଜଲୀ ଶାବକ ଜନ୍ମ ଦେଇଥିଲା । ଏବେ ଏହା ତୃତୀୟ ଥର ପାଇଁ ଗର୍ଭଧାରଣ କରିଥିଲା । ଏବେ ମା ଛୁଆଁ ସମସ୍ତେ ସୁସ୍ଥ ଥିବା ବେଳେ ଏମାନଙ୍କ ସଂଖ୍ୟା ୧୮କୁ ବୃଦ୍ଧି ପାଇଛି ।

nis-ad
Leave A Reply

Your email address will not be published.