୨୪ରେ ହାଇକୋର୍ଟ ଛୁଟି

କଟକ : ପୌର ନିର୍ବାଚନ ପାଇଁ ଆସନ୍ତା ୨୪ ତାରିଖରେ ହାଇକୋର୍ଟ ଛୁଟି ‌ରହିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି । ମାର୍ଚ୍ଚ ୨୪ ତାରିଖରେ ପୌର ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବାକୁ ଥିବାବେଳେ ଏ ନେଇ ରାଜ୍ୟ ନିର୍ବାଚନ କମିସନ ୨୦୨୨, ମାର୍ଚ୍ଚ ୬ରେ ଜାରି କରିଥିବା ଚିଠିକୁ ବିଚାରକୁ ନେଇ ହାଇକୋର୍ଟଙ୍କ ପକ୍ଷରୁ ଗୁରୁବାର ଏପରି ବିଜ୍ଞପ୍ତି ପ୍ରକାଶ କରାଯାଇଛି।

ସୂୂଚନାଯୋଗ୍ୟ, ଚଳିତଥର ୧୦୬ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି), ପୌରାଞ୍ଚଳ ଓ ୩ ମହାନଗର ନିଗମରେ ଭୋଟ ଗ୍ରହଣ କରାଯିବ । ଆସନ୍ତା ୨୪ ତାରିଖରେ ନିର୍ଦ୍ଧାରିତ ସମସ୍ତ ପୌରାଞ୍ଚଳ ଓ ମହାନଗର ନିଗମରେ ଭୋଟ ପଡିବ । ମାର୍ଚ୍ଚ ୨୬ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ ।

nis-ad
Leave A Reply

Your email address will not be published.