ବିଧାନସଭା ଅଧିବେଶନ ପୂର୍ବରୁ ବିଧାୟକ, ସାମ୍ବାଦିକ ଓ କର୍ମଚାରୀଙ୍କ କୋଭିଡ଼୍ ଟେଷ୍ଟ ବାଧ୍ୟତାମୂଳକ

ଭୁବନେଶ୍ୱର : ବିଧାନସଭା ଅଧିବେଶନ ପୁର୍ବରୁ ବିଧାୟକ, ସାମ୍ବାଦିକ ଓ କର୍ମଚାରୀଙ୍କ ହେବ କୋଭିଡ଼୍ ଟେଷ୍ଟ ବାଧ୍ୟତାମୂଳକ ବୋଲି ବାଚସ୍ପତ୍ତି ସୂର୍ଯ୍ୟନାରାୟଣ ପାତ୍ର ସୁଚନା ଦେଇଛନ୍ତି । ବିଧାନସଭା ପରିସରରେ ୨୩ ଓ ୨୪ ତାରିଖରେ କୋଭିଡ଼୍ ଟେଷ୍ଟ ହେବା ନେଇ ବାଚସ୍ପତ୍ତି ସୂର୍ଯ୍ୟନାରାୟଣ ପାତ୍ର ସୁଚନା ଦେଇଛନ୍ତି । ପୌର ନିର୍ବାଚନ ବ୍ୟସ୍ତତା ଯୋଗୁଁ ଏମଏଲଏ ମାନେ ଜିଲ୍ଲାରେ ଟେଷ୍ଟ କରାଇବେ ।

ଚଲିତ ୨୦, ୨୧, ୨୨ ତାରିଖରେ ସମସ୍ତ ଟେଷ୍ଟ କରାଇ ବିଧାନସଭାକୁ ରିପୋର୍ଟ ଦେବେ । କେବଳ ଏତିକି ନୁହେଁ ଯେଉଁମାନେ ରିପୋର୍ଟ ନନେଇ ଆସିଥିବେ ସେମାନଙ୍କ ବିଧାନସଭା ପରିସରରେ ୨୫ରେ ଟେଷ୍ଟ କରାଯିବ । ଯେଉଁ ମାନେ ଭିଡିଓ କନଫରେନ୍ସିଂରେ ରହିବା ପାଇଁ ଚାହିଁବେ ସେମାନେ ରହିପାରିବେ ।

nis-ad
Leave A Reply

Your email address will not be published.