ମାନସଙ୍କୁ ଶକ୍ତ ଚାପୁଡା ମାରି ଗାଡିରେ ବସାଇ ନେଇ ଯାଇଥିଲେ ଶର୍ମିଷ୍ଠା

ଫଟୋଗ୍ରାଫର ମାନସ ସ୍ୱାଇଁ ଅପହରଣ ବେଳେ କଣ ଘଟିଥିଲା ତାର ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିଛି । ଅପହରଣ କରିବା ପୂର୍ବରୁ “ସମ୍ପୂର୍ଣ୍ଣ” ୱେବପୋର୍ଟାଲ ମାଲିକାଣୀ ଶର୍ମିଷ୍ଠା ଫଟୋଗ୍ରାରଙ୍କୁ ଶକ୍ତ ଚାପୁଡା ମାରିଥିଲେ ଓ ପଚାରଥିଲେ ସେ ମେମୋରି ଚିପ କୁଆଡେ ଗଲା?

ଏହା ପରେ ଶର୍ମିଷ୍ଠା ଓ ତାଙ୍କର ଜଣେ ମହିଳା ସହକର୍ମୀ ଓ ୩ଜଣ ପୁରୁଷ ସହଯୋଗୀଙ୍କ ସହ ସେହି କାରରେ ମାନସ ସ୍ୱାଇଁଙ୍କୁ ଭୁବନେଶ୍ୱର ନେଇଯାଇଥିଲେ । ଚାନ୍ଦବାଲି ନିକଟସ୍ଥ ପଳାଶପୁର ଛକରେ ଏହି ଘଟଣା ଘଟିଥିଲା । ଏକଥା ଜଣେ ୱେବ ପୋର୍ଟାଲ ସାମ୍ବାଦିକ ପୁଲିସକୁ କହିଥିବା ଜଣାପଡିଛି ।

ମିଳିଥିବା ସୂଚନା ଅନୁସାରେ ଏହି ୱେବ ପୋର୍ଟାଲ ସାମ୍ବାଦିକ ସେଠାରେ ଉପସ୍ଥିତି ଥଲେ ଓ ସେମାନଙ୍କ ସାମ୍ନାରେ ଶର୍ମିଷ୍ଠା ରାଉତ ମାନସ ସ୍ୱାଈଁଙ୍କୁ ଚାପୁଡା ମାରିଥିଲେ । ଚାନ୍ଦବାଲିରେ ଏକ ବାହାଘର ସୁଟିଂ ସାରି ଫେରୁଥିବାବେଳେ ପଳାଶପୁର ଛକରେ ମାନସ ସ୍ୱାଈଁଙ୍କ ଗାଡିକୁ ଅଟକାଇଥିଲେ । ତାପରେ ମାନସଙ୍କ ଉପରେ ବର୍ଷିଥିଲେ ଶମିଷ୍ଠା । ସେ ଖୁବ ଉତକ୍ଷିପ୍ତ ଅବସ୍ଥାରେ ଥିଲେ ଓ ବାରମ୍ବାର ମାନସଙ୍କୁ ପଚାରିଥିଲେ ସେ ମେମୋରୀ ଚିପ କୁଆଡେ ଗଲା? ମାନସ କହୁଥିଲେ ସେ, ମେମୋରୀ ଚିପ ତାଙ୍କ ପାଖରେ ନାହିଁ, ଭୁବନେଶ୍ୱରେ ରଖିଛନ୍ତି । ଏହାପରେ ଶମିଷ୍ଠା କହିଥିଲେ ତୁମେ ଏବେ ଚାଲ ଭୁବନେଶ୍ୱର ଓ ମେମୋରୀ ଚିପ ଦେବ । ଏହା କହି ସେମାନେ କାର ଭିତରକୁ ଟାଣି ଟାଣି ମାନସଙ୍କୁ ବସାଇଥିଲେ । ୱେବ ପୋର୍ଟାଲ ସାମ୍ବାଦିକ ପୁଲିସକୁ ଏକଥା କହିିଥିବା ଜଣାପଡିଛି ।

ସବୁଠୁ ବଡ ପ୍ରଶ୍ନ ହେଉଛି ସେ ମେମୋରୀ ଚିପରେ କଣ ଥିଲା? ଏବଂ କାହିଁକି ଶର୍ମିଷ୍ଠା ସେହି ମେମୋରୀ ଚିପକୁ ନେଇ ବ୍ୟସ୍ତ ହେଉଥିଲେ । ସେହି ୱେବପୋର୍ଟାଲ ସାମ୍ବାଦିକ ଜଣକ କନକ ନ୍ୟୁଜ ସହ କଥା ହୋଇଛ୍ନ୍ତି ଓ ସେହି ଦିନର ଘଟଣା ବୟାନ କରିଛନ୍ତି ।

ଚାନ୍ଦବାଲିରେ ବାହାଘର ସୁଟିଂ ସାରି ମାନସ ଏକ ସ୍କୁଟିରେ ଫେରୁଥିଲେ । ତାଙ୍କ ସ୍କୁଟକୁ ଅଟକାଇ ପଳାଶପୁର ଛକରୁ ତାଙ୍କୁ ପ୍ରଥମେ ଅପହରଣ ଓ ପରେ ହତ୍ୟା କରାଯାଇଥିଲା । ସ୍କୁଟି ଚଳାଉଥିବା ଯୁବକଜଣଙ୍କ ମଧ୍ୟ ସେହି ଘଟଣା ବୟାନ କରିଛନ୍ତି । ସମସ୍ତଙ୍କ କଥାରୁ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସାମ୍ନାକୁ ଆସୁଛି । ସେହି କଥା ହେଲା, ସେହି ମେମୋରୀ ଚିପ୍କୁ ନେଇ ଶର୍ମିଷ୍ଠା ଖୁବ ରାଗି ଯାଇଥିଲେ ଏବଂ ମାନସ କୌଣସି କାରଣରୁ ମେମୋରୀ ଚିପ୍ ଫେରାଉନଥିଲେ । ମେମୋରୀ ଚିପ୍ ହେଉଛି-କ୍ୟାମେରାରେ ରେକର୍ଡ ହେଉଥିବା ଦୃଶ୍ୟ ଏଥିରେ ଗଚ୍ଛିତ ହୋଇ ରହିଥାଏ । ପ୍ରଶ୍ନ ଉଠୁଛି ସେ ମେମୋରୀ ଚିପ୍ରେ କଣ ଥିଲା ।

nis-ad
Leave A Reply

Your email address will not be published.