୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମା’-ପୁଅ ଗିରଫ

ଭୁବନେଶ୍ୱର: ରାଜଧାନୀସ୍ଥିିତ ଭରତପୁର କୋଲାଥିଆରୁ ସ୍ପେସାଲ ସ୍କ୍ବାଡ୍‌ ଟିମ୍‌ ଓ ଭରତପୁର ଥାନା ପୋଲିସ ଶୁକ୍ରବାର ଏକ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଊଦ୍ଧ୍ୱର୍ର୍ ହେବ । ଏହି ଘଟଣାରେ ପୋଲିସ ମା’ ପୁଅଙ୍କୁ ଗିରଫ କରିଛି। ମା’ ଗଞ୍ଜେଇ ଚୋରା ଚାଲାଣର ମାଷ୍ଟରମାଇଣ୍ଡ ଥିବା ବେଳେ ଏହି କାମରେ ସାହାଯ୍ୟ କରିବାକୁ ଏମ୍‌ସିଏ ପଢ଼ୁଥିବା ପୁଅକୁ ଲଗାଇଥିଲେ।

କୌଣସି ସୂତ୍ରରୁ ପୋଲିସ ଖବରପାଇ ଘରେ ଚଢ଼ାଉ କରି ୧ କୁଇଣ୍ଟାଲ ଗଞ୍ଜେଇ ଜବତ କରିବା ସହ ମା’ପୁଅକୁ ଗିରଫ କରିଛି। ଉଭୟଙ୍କୁ ଆଜି କୋର୍ଟ ଚାଲାଣ କରାଯିବ। କନ୍ଧମାଳରୁ ଗଞ୍ଜେଇ ଆଣି ବିଭିନ୍ନ ରାଜ୍ୟକୁ ଚୋରାଚାଲାଣ କରୁଥିବା ଜଣାପଡ଼ିଛି।

nis-ad
Leave A Reply

Your email address will not be published.