ଫୋଟ ସାମ୍ବାଦିକଙ୍କ ପିତୃ ବିୟୋଗ

ଛତ୍ରପୁର : ଦୈନିକ ଖବର କାଗଜ ସକାଳ ପତ୍ରିକା ର ଛତ୍ରପୁର ଫୋଟ ସାମ୍ବାଦିକ ସନ୍ତୋଷ କୁମାର ସାହୁ ଙ୍କ ପିତା ତଥା କୁମାର ବେଗ ପଲ୍ଲୀ ଗ୍ରାମ ନିବାସୀ ପ୍ରାଣ ସାହୁ(73)ଙ୍କ ହୃଦଘାତ ରେ ପରଲୋକ ଘଟିଛି l ତାଙ୍କର ବିୟୋଗରେ କୁମାରବେଗପଲ୍ଲୀ ସମେତ ଛତ୍ରପୁର ଆଖପାଖ ଅଂଚଳରେ ଶୋକ ଛାୟା ଖେଳିଯାଇଛି l ସ୍ବର୍ଗତ ସାହୁ ଜଣେ ମିଷ୍ଠାଭାସି, ପରୋପକାରୀ, ଧର୍ମପରାୟଣ ବ୍ୟକ୍ତି ଭାବେ ସୁପରିଚିତ ଥିଲେ l

ତାଙ୍କର ମୃତ୍ୟୁ ଶଯ୍ୟା ନିକଟରେ ଧର୍ମପତ୍ନୀ, ତିନି ପୁଅ, ଦୁଇ ବୋହୁ, ଝିଅ ଓ ଜ୍ୱାଇଁ, ନାତି, ନାତୁଣୀ ଏବଂ ବନ୍ଧୁ ବାନ୍ଧବ ସହ ଛତ୍ରପୁର ଅଂଚଳ ର ଗଣମାଧ୍ୟମର ପ୍ରତିନିଧି ଓ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ lପରେ ତାଙ୍କର ଅନ୍ତ୍ୟେଷ୍ଟି କ୍ରିୟା ପୁରୀ ସ୍ବର୍ଗଦ୍ବାରରେ ଅନୁଷ୍ଠିତ ହୋଇଥିଲା । ମୁଖାଅଗ୍ନି ତାଙ୍କର ବଡ଼ ପୁଅ ସନ୍ତୋଷ ସାହୁ ପ୍ରଦାନ କରିଥିଲେ l

nis-ad
Leave A Reply

Your email address will not be published.