ଖଲ୍ଲିକୋଟ ଘାଟି ରାସ୍ତା ପାଲଟିଛି ଅପରାଧୀଙ୍କ ଚରାଭୂଇଁ, ମହିଳାଙ୍କୁ ମୁଣ୍ଡରେ ପଥର ଛେଚି ହତ୍ୟା, ଧର୍ଷଣ ସନ୍ଦେହ

ଖଲ୍ଲିକୋଟ (୧୬/୩) :  ଖଲ୍ଲିକୋଟ ଥାନା ଅନ୍ତର୍ଗତ ବଡଘାଟି ଠାରୁ ଖଲ୍ଲିକୋଟ ୩୦ ନ ରାଜ୍ୟ ରାଜପଥ କୁ ସଂଯୋଗ କରୁଥିବା ଜଙ୍ଗଲିଆ ବାଇପାସ ରାସ୍ତା ରେ ଗତକାଲି ବିଳମ୍ବିତ ରାତି ଜଣେ ବିବାହିତା ମହିଳାଙ୍କ ମୁଣ୍ଡ ଉପରେ ପଥରେ ଛେଚି କୌଣସି ଦୁର୍ବୁତ୍ତ ହତ୍ୟା କରିଥିବା ଜଣାପଡିଛି  | ଉକ୍ତ ଯୁବତୀଙ୍କୁ ପ୍ରେମ ଜନିତ କାରଣରୁ ଧର୍ଷଣ କରି ହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି | ବୁଧବାର ଦିନ ଖଲ୍ଲିକୋଟ ଥାନା ଠାରୁ ମାତ୍ର ମାତ୍ର ୬୦୦ ମିଟର ଦୂରରେ ଘାଟି ଠାରୁ ଖଲ୍ଲିକୋଟ ୩୦ ନ ରାଜ୍ୟ ରାଜପଥ କୁ ସଂଯୋଗ କରୁଥିବା ଜଙ୍ଗଲିଆ ବାଇପାସ ରାସ୍ତା ରେ ଏକ ୨୫ ବର୍ଷୀୟ ଅର୍ଧ ଉଲଗ୍ନ ଅବସ୍ଥା ରେ କ୍ଷତ ବିଷ୍ମୟତ ହୋଇ ପଡିଥିବା ଏକ ମହିଳାଙ୍କ ମୃତ ଦେହ ପଡିରହିଥିବା ସ୍ଥାନୀୟ ଲୋକ ମାନେ ପୋଲିସକୁ ଖବର ଦେବା ପରେ ସ୍ଥାନୀୟ ଆଇଆଇସି ଜଗନାଥ ମାଲିକ ଥାନା ଏ ଏସ ଆଇ ଦେବାଶିଷ ମିଶ୍ର ,ହିମାଂଶୁ ଶେଖର ପାତ୍ର ଭେଜିଫୁଟ ଫାଣ୍ଡି ଅଧିକାରୀ ପି .ସ୍ୱରୂପ କିସାନ ପ୍ରମୁଖ ଘଟଣାସ୍ଥଳରେ ପହଂଚି ତଦନ୍ତ ଚଳାଇବା ସହ ଉକ୍ତ ମହିଳାଙ୍କ କୌଣସି ପରିଚୟ ନଥିବା ବେଳେ ପରିଚୟ ଜାଣିବା ପାଇଁ ପୋଲିସ ବିଭିନ୍ନ ସାମାଜିକ ଗଣମାଧ୍ୟମ ରେ ଫୋଟ ସେର କରୁଛି  |

ତେବେ ଦୁର୍ବୁତ୍ତ ମାବେ ଉକ୍ତ ଜବଗଲା ରାସ୍ତା କୁ ଆଣି ମହିଳାଙ୍କ ଡାହାଣ ପଟ ପେଟ ରେ କୌଣସି ମାରଣାସ୍ତ୍ର ରେ ଭୁସି ପରେ ମୁଣ୍ଡ ଉପରେ ପଥର ଛେଚି ହତ୍ୟା କରିଥିବା ସନ୍ଦେହ କରାଯାଉଛି | କାରଣ ରାସ୍ତା ଉପରେ ପ୍ରବଳ ରକ୍ତ ପଡିରହିବା ସହ ରାସ୍ତା କଡରେ ଥିବା ଶୁଖିଲା ପତ୍ର ଉପରେ ରକ୍ତ ଛିଟା ପଡିବ ସହ ଏକ ମଦ ବତଲ ପଡିଛି | ତେବେ ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର କୁ ମୃତ୍ୟବ ଜାରି ପୋଲିସ ତଦନ୍ତ ଚଳାଇଛି | ଗତ କିଛି ବର୍ଷ ତଳେ ୧୬ ନ ଜାତୀୟ ରାଜପଥ ତଳେ ମେଘମାଳା ନାମକ ଏକ ଅନରୁଦ୍ଧା ଯୁବତୀଙ୍କୁ ହତ୍ୟା କରି ବଡଶଙ୍ଖ ତଳେ ଫିଙ୍ଗି ଦିଆଯାଇଥିଲା | ସେହିପରି ଗତ ଏକମାସ ତଳେ ବଡଘାଟି ଉପରୁ ଜଣେ ଟ୍ରକ ମାଲିକ ଙ୍କୁ ନାଟକୀୟ ଢଙ୍ଗ ରେ ଅପହରଣ କରି ଦୁର୍ବୁତ୍ତ ମାନେ ହତ୍ୟା କରି ରେଳ ଧାରଣା ଉପରେ ଫିଙ୍ଗି ଦେଇଥିବା ବେଳେ ଏଯାବତ ଉକ୍ତ ଘଟଣା ରେ ପୋଲିସ ର ହାତ ଖାଲି ଥିବା ଜଣାପଡିଛି |ଦିନକୁ ଦିନ ଖଲ୍ଲିକୋଟ ଥାନା ଅଂଚଳ ର ସାନଘାଟି ଠାରୁ ହରିଦାମୂଳ ପର୍ଯ୍ୟନ୍ତ ଜାତୀୟ ରାଜପଥ ରାସ୍ତା ଚୋର ,ଡକାୟତ ଓ ରାସ୍ତା ଦୁର୍ଘଟଣା ଯୋଗୁ ରାସ୍ତା ଟି ଅପରାଧି ପ୍ରବଣ ହେବା ଫଳରେ ସ୍ଥାନୀୟ ପୋଲିସ ର ମୁଂଡବ୍ୟସ୍ଥା ବଢିଯାଇଛି  | ରାତି ରେ ୧୬ ନ ଜାତୀୟ ରାଜପଥ ପି ସି ଆର ଭ୍ୟାନ୍ରୁ ପଇଁତରା ମାରୁଥିବା ବେଳେ ବିଳମ୍ବିତ ରାତି ରେ ଏଭଳି ଘଟଣା ଘଟି ଚାଲୁଛି  |

nis-ad
Leave A Reply

Your email address will not be published.