ରାଙ୍କୁଡାରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ


ପାତ୍ରପୁର : ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଅନ୍ତର୍ଗତ ରାଙ୍କୁଡ଼ା ଗ୍ରାମରେ ଜଣେ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ ମହିଳା ଜଣକ ହେଲେ କେ ଜୟନ୍ତୀ(୪୦) ବୋଲି ଜଣାପଡିଛି।ମଙ୍ଗଳବାର ଦିନ ୧୦ ଟା ବେଳେ ଜୟନ୍ତୀ ର ମୃତ୍ୟୁ ଘଟିଥିବା ଗ୍ରାମବାସୀ କୌଣସି ସୂତ୍ରରୁ ଖବର ପାଇଥିଲେ।ପରେ ଗ୍ରାମବାସୀ ଜରଡା ପୋଲିସ୍ କୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ଜରଡ଼ା ପୋଲିସ୍ ପହଞ୍ଚି ତଦନ୍ତ କରୁଥିବା ବେଳେ ଜୟନ୍ତୀ ର ସ୍ବାମୀ କେ ବୃନ୍ଦାବନ ହିଁ ଜୟନ୍ତୀ କୁ ମାରିଥିବା ନେଇ ତାଙ୍କ ପୁଅ ଅଭିଯୋଗ କରିଛନ୍ତି। ଜୟନ୍ତି ଆତ୍ମହତ୍ୟା କରିଥିବା ବୃନ୍ଦାବନ କହୁଥିବା ବେଳେ ସାଇଣ୍ଟିଫିକ୍ ଟିମ୍ ଆସି ତଦନ୍ତ ଚଳାଇଛନ୍ତି। ପୋଲିସ କେଶ ନଂ ୫/୨୨ ରେ ଏକ ଅପମୃତ୍ୟୁ ମାମଲା ଦାୟର କରି ଜୟନ୍ତି ର ମୃତ ଶରୀର କୁ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ମେଡିକାଲ କୁ ପଠାଯାଇଥିବା ବେଳେ ସ୍ବାମୀ ବୃନ୍ଦାବନ କୁ ଥାନା ରେ ଅଟକ ରଖି ପଚରାଉଚରା କରାଯାଉଥିବା ଆଇଆଇସି ଭାବାନନ୍ଦ ପ୍ରଧାନ ପ୍ରକାଶ କରିଛନ୍ତି। ତଦନ୍ତ ପରେ ଏହା ହତ୍ୟା ନା ଆତ୍ମହତ୍ୟା ପ୍ରକୃତ ତଥ୍ୟ ଜଣାପଡ଼ିବ ବୋଲି ସୁଚନା ମିଳିଛି।

nis-ad
Leave A Reply

Your email address will not be published.