ଛତ୍ରପୁର ଏନଏସିରେ ବିଜେଡିର ଜୋରଦାର ପ୍ରଚାର

ଛତ୍ରପୁର : ପୌର ନିର୍ବାଚନ ପାଇଁ ରାଜନିତି ସରଗରମ ହୋଇଛି । ଛତ୍ରପୁର ଏନଏସିରେ ବିଜେଡି ପ୍ରଚାରରେ ଆଗୁଆ ରହିଛି । ଛତ୍ରପୁର ଏନଏସି ଅଧିନ ୯ ନଂ ୱାର୍ଡରେ ବିଜୁ ଜନତା ଦଳର ଚେୟାରମ୍ୟାନ ପ୍ରାର୍ଥୀନୀ ଟି. ଲକ୍ଷ୍ମୀ ଓ କାଉନସିଲର ପ୍ରାର୍ଥିନୀ ପ୍ରିତିଛନ୍ଦା ସାମଲ ନିଜ ନିର୍ବାଚନ ପ୍ରଚାରକୁ ଜୋରଦାରରେ ଚଳାଇଛନ୍ତି । ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରା ମାଧ୍ୟମରେ ୱାର୍ଡର ଘରକୁ ଘର ବୁଲି ଲୋକ ଙ୍କୁ ଭୋଟ ଭିକ୍ଷା କରୁଛନ୍ତି । ବିଜେଡି ସୁପ୍ରମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରି ନିଜ ସପକ୍ଷରେ ଭୋଟ ଦେବାକୁ ନିବେଦନ କରୁଛନ୍ତି । ଏହା ସହ ବିଜୁ ଜନତ ଦଳର ଛତ୍ରପୁର ଏନଏସି ଅଧ୍ୟକ୍ଷା ପ୍ରାର୍ଥିନୀ ଟି. ଲକ୍ଷ୍ମୀଙ୍କ ନିମନ୍ତେ ମଧ୍ୟ ଉଭୟ ଭୋଟ ଭିକ୍ଷା କରୁଛନ୍ତି ।ସେହିପରି 7ନଂ ୱାର୍ଡ କାଉନସିଲର ପ୍ରାର୍ଥୀନୀ ୱାଣୀ ସେନାପତି ଓ 11ନଂ ୱାର୍ଡ କାଉନସିଲର ପ୍ରାର୍ଥୀନୀ ସନ୍ତୋଷୀ ସେଠି ମଧ୍ୟ ନିଜ ୱାର୍ଡ ଗୁଡିକ ରେ ପ୍ରଚାରରେ ସାମିଲ ହୋଇ ନିଜ ନିଜ ସପକ୍ଷରେ ଭୋଟ ଭିକ୍ଷା କରୁଛନ୍ତି l

ଏହି ପ୍ରଚାର ର ମଙ୍ଗ ଧରିଛନ୍ତି ଛତ୍ରପୁର ଏନଏସି ଯୁବ ବିଜେଡ଼ି ସଭାପତି ଟି. ଚନ୍ଦ୍ର ଶେଖର ରାଓ l ଏଥିରେ 20ନଂ ଜିଲ୍ଲାପରିଷଦ ସଭ୍ୟ ଏମ. ଧନଞ୍ଜୟ ରେଡ୍ଡୀ, ଯୁବ ବିଜେଡ଼ି ଗଞ୍ଜାମ ଜିଲ୍ଲା ସଭାପତି ଭବାନୀକାନ୍ତ ସାହୁ,ବିଜେଡ଼ି ଜିଲ୍ଲା କାର୍ଯ୍ୟ କାରିଣୀ ସଭ୍ୟ ରବୀନ୍ଦ୍ର ନାଥ ପଣ୍ଡା, ବିଜୁ ଆଇନ ସାମ୍ମୁଖ୍ୟ ର ମୁଖ୍ୟ ଉପଦେଷ୍ଟl ବିଜୟ କୃଷ୍ଣ ପଟ୍ଟନାୟକ,ଛତ୍ରପୁର ନଗର ବିଜେଡି ସଭାପତି ବି. ରାଜିବାବୁ, ପୂର୍ବତନ ଏନଏସି ଉପାଧ୍ୟକ୍ଷ ପ୍ରଦୋଷ କୁମାର ବେହେରା, ୟୁଥ ମାସ ସେବା ସଂଘ ର ସମ୍ପାଦକ ସୟଦ ମୁକ୍ତାର, ପୂର୍ବତନ କାଉନସିଲର କିଶୋର ଚନ୍ଦ୍ର ସେନାପତି, ସରକାରୀ ଓକିଲ ଭୈରବୀ କୁମାର ପଟ୍ଟନାୟକ, ବିଜେଡ଼ି ନେତା ଏନ. ଗିରିଧର ରାଓ, ଭି. ଭେଙ୍କଟ ଦୋରା, ଛାତ୍ର ବିଜେଡ଼ି ର ଜିଲ୍ଲା ସମ୍ପାଦକ କେ. ନାଗେଶ୍ୱର ରାଓ, ବିଜୁ ଆଇନ ସାମ୍ମୁଖ୍ୟ ର ଉପସଭାପତି ଅହିଭୂଷଣ ସାହୁ,ଯୁବନେତା ସରୋଜ କୁମାର ସାମଲ, ଅଶୋକ କୁମାର ବେହେରା, କିଶୋର ଚନ୍ଦ୍ର ମହାନ୍ତି ଙ୍କ ସମେତ ବହୁ ଦଳୀୟଛାମୁଆ ନେତା , କର୍ମୀ ଓ ମହିଳା ମାନେ ସାମିଲ ଥିଲେ ।

nis-ad
Leave A Reply

Your email address will not be published.