ପରାଜୟ ପରେ କଂଗ୍ରେସରେ ବ୍ୟାପକ ଅଦଳବଦଳ ସଂକେତ, ୫ ରାଜ୍ୟର ପିସିସି ସଭାପତିଙ୍କ ଇସ୍ତଫା ମାଗିଲେ ସୋନିଆ

ନୂଆଦିଲ୍ଲୀ : ନିକଟରେ ସମାପ୍ତ ୫ ରାଜ୍ୟର ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସ ଦଳରେ ବ୍ୟାପକ ପରିବର୍ତ୍ତନର ସମ୍ଭାବନା ରହିଛି । ଆଜି କଂଗ୍ରେସ ସଭାନେତ୍ରୀ ସୋନିଆ ଗାନ୍ଧି ପଞ୍ଜାବ, ମଣିପୁର, ଉତ୍ତରପ୍ରଦେଶ, ଗୋଆ ଓ ଉତ୍ତରାଖଣ୍ଡର ପ୍ରଦେଶ କଂଗ୍ରେସ ସଭାପତିମାନଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ବରିଷ୍ଠ କଂଗ୍ରେସ ନେତା ତଥା ଦଳର ମୁଖପାତ୍ର ରଣଦୀପ ସୂର୍ଯ୍ୟେଓ୍ବାଲା ଟୁଇଟ୍ କରି ସୂଚନା ଦେଇଛନ୍ତି । ଏସବୁ ରାଜ୍ୟର କଂଗ୍ରେସ କମିଟିଗୁଡ଼ିକରେ ସାଂଗଠନିକ ପରିବର୍ତ୍ତନ ପୂର୍ବରୁ ଏସବୁ ସଭାପତି ମାନଙ୍କ ଇସ୍ତଫା ମଗାଯାଇଛି ବୋଲି ସେ ସଂକେତ ଦେଇଛନ୍ତି ।
ନିକଟରେ ସମାପ୍ତ ଏହି ୫ଟି ରାଜ୍ୟର ବିଧାନସଭା ନିର୍ବାଚନରେ କଂଗ୍ରେସ ଶୋଚନୀୟ ପରାଜୟ ବରଣ କରିଥିଲା । ଦେଶର ସବୁଠାରୁ ବଡ଼ ରାଜ୍ୟ ଉତ୍ତରପ୍ରଦେଶରେ କଂଗ୍ରେସ ମାତ୍ର ୨ଟି ଆସନ ପାଇଥିବାବେଳେ ପଞ୍ଜାବରେ ୧୮ଟି ଆସନ ପାଇଥିଲା । ସେହିପରି ଉତ୍ତରାଖଣ୍ଡରେ ଦଳ ୧୯ଟି, ଗୋଆରେ ୧୨ଟି ଓ ମଣିପୁରରେ ୫ଟି ଆସନ ପାଇଥିଲା ।
ଏହି ପରାଜୟ ପରେ ଦଳରେ ମଧ୍ୟ ଗାନ୍ଧି ପରିବାରର ନେତୃତ୍ବ ପ୍ରତି ଅଙ୍ଗୁଳି ଉଠିବା ଆରମ୍ଭ କରିଛି । ବରିଷ୍ଠ କଂଗ୍ରେସ ନେତା କପିଲ ସିବ୍ବଲ ଗାନ୍ଧିପରିବାର କଂଗ୍ରେସରୁ ଓହରି ଯାଉ ବୋଲି କହିଛନ୍ତି । କିନ୍ତୁ ଏହାକୁ ନେଇ ତାଙ୍କୁ କିଛି ଦଳୀୟ ନେତା ଟାର୍ଗେଟ କରୁଛନ୍ତି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋଗ ଗେହଲୋଟ କପିଲଙ୍କୁ କଂଗ୍ରେସ ବାହାରୁ ଆମଦାନୀ ହୋଇଥିବା ନେତା ବୋଲି କହିଛନ୍ତି ।

nis-ad
Leave A Reply

Your email address will not be published.